ଆଜିଠୁ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା , ଉଦ୍‌ଘାଟନୀରେ ସିନ୍ଧୁ ଧରିବେ ତ୍ରିରଙ୍ଗା

ବର୍ମିଂହାମ୍‌ : ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି । ଆଉ କେଇ ଘଣ୍ଟାର ଅପେକ୍ଷା ପରେ ଗୁରୁବାର ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜିବ । ଅଂଶଗ୍ରହଣକାରୀ ସମସ୍ତ ରାଷ୍ଟ୍ର କ୍ରୀଡା ଗ୍ରାମ୍‌ରେ ପହଞ୍ଚି ସାରିଥିବା ବେଳେ ପ୍ରଥମ ଦିନ ପ୍ରତିଯୋଗିତା ପାଇଁ କ୍ରୀଡାବିତ୍‌ଙ୍କ ପ୍ରସ୍ତୁତି ପର୍ବ ସରିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜିବ । ଦୁଇଥର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ଉଦ୍‌ଘାଟନୀ ଉସିବରେ ଭାରତର ପତାକା ବାହାକ ସାଜିବେ ।

ଆଜିଠୁ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା , ଉଦ୍‌ଘାଟନୀରେ ସିନ୍ଧୁ ଧରିବେ ତ୍ରିରଙ୍ଗା

ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ଗତ ୪ ବର୍ଷ ପୂର୍ବେ ୨୦୧୮ ଗୋଲïଗୋଷ୍ଠ ରାଜ୍ୟଗୋଷ୍ଠୀ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥର ସେ ପତାକା ବାହାକ ସାଜିଥାନ୍ତେ । ଆହତ ସମସ୍ୟା ଯୋଗୁଁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ସେ ବାଦ ପଡ଼ିଛନ୍ତି । ତେଣୁ ସିନ୍ଧୁ ଉଦ୍‌ଘାଟନୀରେ ତ୍ରିରଙ୍ଗା ଧରି ଭାରତୀୟ ଖେଳାଳିଙ୍କୁ ବାଟ କଢ଼ାଇବେ ।

ଆଜିଠୁ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା , ଉଦ୍‌ଘାଟନୀରେ ସିନ୍ଧୁ ଧରିବେ ତ୍ରିରଙ୍ଗା

ଟୋକିଓ ଅଲିମ୍ପିକ ପଦକ ବିଜୟିନୀ ଭାରୋତ୍ତୋଳକ ମୀରାବାଇ ଚାନୁ ଓ ବକ୍ସର ଲଭଲିନା ବୋର୍ଗୋହେନଙ୍କ ନାମ ପତାକା ବାହାକ ପାଇଁ ସୁପାରିଶ କରାଯାଇଥିଲା । କି;ୁ ଆଇଓଏ ସିନ୍ଧୁ ନାମ ଚୂଡାନ୍ତ କରିଛି ବୋଲି ସଭାପତି ଅନୀଲ ଖାନ୍ନା ସୂଚନା ଦେଇଛନ୍ତି । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସିନ୍ଧୁ ଭାରତର ପତାକା ବାହାକ ସାଜିଥିଲେ ।

ଆଜିଠୁ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା , ଉଦ୍‌ଘାଟନୀରେ ସିନ୍ଧୁ ଧରିବେ ତ୍ରିରଙ୍ଗା

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ସର୍ବାଧିକ ସଂଖ୍ୟକ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସ ପୂର୍ବରୁ ଏତେ ସଂଖ୍ୟାରେ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିନଥିଲେ । ତେଣୁ ପତାକା ବାହାକ ହେବା ପାଇଁ ଆଇଓଏ ଜଣେ ମହିଳା (ସିନ୍ଧୁ)ଙ୍କୁ ଚୟନ କରିଛି । ପତାକା ବାହାକ ଚୟନ କରିବା ପାଇଁ ଏକ ୪ ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିରେ ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହେତା, କୋଷାଧ୍ୟକ୍ଷ ଆନନ୍ଦେ ଶ୍ୱର ପାଣ୍ଡେ ଟିମ୍‌ ଇଣ୍ଡିଆ ଚିପ୍‌ ଡି ମିଶନ ରାଜେଶ ଭଣ୍ଡାରୀ ସାମିଲ ଥିଲେ ।

ଆଜିଠୁ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା , ଉଦ୍‌ଘାଟନୀରେ ସିନ୍ଧୁ ଧରିବେ ତ୍ରିରଙ୍ଗା

ଉଦ୍‌ଘାଟନୀ ଉସିବରେ ଭାରତର ୧୬୪ ଜଣ କ୍ରୀଡାବିତ୍‌ ଅଂଶଗ୍ରହଣ କରିବେ । ଏଥର ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମୋଟ୍‌ ୨୧୫ ଜଣ ଆଥଲେଟ୍‌ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।
ବର୍ମିଂହାମ୍‌ର ଆଲେକ୍ସଜାଣ୍ଡାର ଷ୍ଟାଡିୟମ୍‌ରେ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଉଦ୍‌ଘାଟନୀ ଉସିବ ଆୟୋଜନ ହେବ । ମୋଟ୍‌ ୭୨ଟି ରାଷ୍ଟ୍ରର ୫୦୦୦ରୁ ଊର୍ଦ୍ଧ୍ୱ କ୍ରୀଡାବିତ୍‌ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ । ଉଦ୍‌ଘାଟନୀ ଉସିବରେ କ୍ରୀଡାବିତ୍‌ଙ୍କ ବ୍ୟତୀତ ୩୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବେ । ମୁ୍ୟଜିକ୍‌ ବ୍ୟାଣ୍ଡ ଡୁରାନ ଡୁରାନ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରଥମଥର ପାଇଁ ଇଂଲଣ୍ଡ ରାଣୀ ଏଲିଜାବେଥ୍‌ ଉଦ୍‌ଘାଟନୀ ଉସିବରେ ଯୋଗଦେବେ ନାହିଁ । ରାଜ କୁମାର ଚାଲ୍ସ ଉପସ୍ଥିତ ରହିବେ ।

hh
ଭାରତୀୟ ସମୟ ରାତି ୧୧.୩୦ ମିନିଟ୍‌ରେ ଦର୍ଶକ ଉଦ୍‌ଘାଟନୀ ଉସିବ ଦେଖିପାରିବେ । ସୋନୀ ନେଟୱର୍କରେ ରାଜ୍ୟଗୋଷ୍ଠୀ କ୍ରୀଡାର ଉଦ୍‌ଘାଟନୀ ଉସିବ ସହ ପ୍ରତିଯୋଗିତା ଗୁଡିକ ପ୍ରସାରଣ ହେବ । ଏତଦ୍‌ଭିନ୍ନ ଡିଡି ସ୍ପୋର୍ଟ୍ସରେ ମଧ୍ୟ ପ୍ରସାରଣ ହେବ ।

Comments are closed.