ଦିଲ୍ଲୀ: ମାର୍ଚ୍ଚ ୨୬: ଋଷ୍ ୟୁକ୍ରେନ୍ ଯୁଦ୍ଧକୁ ମାସେ ବିତିବାକୁ ହେଲାଣି । ସମୟ ବିତିବା ସହିତ ଋଷ୍ର ଆକ୍ରମଣ ମଧ୍ୟ ଧୀରେ ଧୀରେ ପ୍ରଖର ହେଉଛି । ‘ନାଟୋ’ ସଂଘରେ ଥିବା ରାଷ୍ଟ୍ର ସହିତ ଅନ୍ୟାନ୍ୟ ରାଷ୍ଟ୍ରମାନେ ଋଷ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି । ହେଲେ ଋଷ୍ ଏହାକୁ ଭ୍ରୁକ୍ଷେପ କରୁନାହିଁ । ଆଜି ଋଷ୍ ୟୁକ୍ରେନ୍କୁ ଦଖଲ କରିବା ଆଶାରେ ଆଉ ଏକ ପାଦ ଆଗକୁ ବଢ଼ାଇଛି । ଉତ୍ତର ଆଣ୍ଟଲାଟିକ ସାଗରରେ ଋଷ୍ ତା’ର ବୁଡ଼ାଜାହଜକୁ ଛାଡ଼ିଛି ।
ଯାହା ମଧ୍ୟରେ ପରମାଣୁ ବୋମା ଭରି ରହିଛି ବୋଲି ସୂଚନା ମିଳିଛି । ୟୁକ୍ରେନ୍ ସହିତ ଏବେ ଉତ୍ତର ଆଣ୍ଟଲାଟିକ ସାଗର କୂଳରେ ଥିବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ଏବେ ସଙ୍କଟ ଘନେଇ ଆସିଛି । ଅନ୍ୟପଟେ ଋଷ୍ର ସେହି ବୁଡ଼ାଜାହଜରେ ପ୍ରାୟ ୧୬ଟି ବାଲିଷ୍ଟିକ୍ ପରମାଣୁ କ୍ଷେପଣାସ୍ତ୍ର ରହିଛି ବୋଲି ଖବର ମିଳିଛି ।
ଡେଲି ମେଲ୍ର ରିପୋର୍ଟ ଅନୁସାରେ, ୟୁକ୍ରେନ୍କୁ ପଶ୍ଚିମ ରାଷ୍ଟ୍ର ସମର୍ଥନ କରୁଥିବାରୁ ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ସେମାନଙ୍କୁ ଧମକ ଭରା ସନ୍ଦେସ ଦେଇଛନ୍ତି । ଏହାସହିତ ସେମାନଙ୍କୁ ଭୟଭିତ କରିବା ପାଇଁ ପରମାଣୁ ଭରା ବୁଡ଼ାଜାହଜକୁ ସାଗରେ ଛାଡ଼ିବା ସହିତ ‘ନୁ୍ୟକ୍ଲିଅର୍ ଡିଟରେକଫ ଫୋର୍ସ’କୁ ହାଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ, ଅନେକ ରାଷ୍ଟ୍ରର ଗୁପ୍ତଚର ଋଷ୍ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ଋଷ୍ ପାଖରେ ବିଶ୍ୱର ଅଧିକ ପରମାଣୁ ଅସ୍ତ୍ର ରହିଛି । ଏକ ରିପୋର୍ଟ ଅନୁସାରେ ଋଷ୍ ପାଖରେ ଏବେ ୪ ହଜାର ୪୪୭ଟି ପରମାଣୁ ଅସ୍ତ୍ର ରହିଛି । ଏହାସହିତ ଋଷ୍ ଏବେ ବି ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଛି । ଯାହ ବିଶ୍ୱବାସୀଙ୍କ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ ।
Comments are closed.