ବାହାର ବିଜେସ୍ଥଳୀ

0

ଶ୍ରୀଜଗନ୍ନାଥଙ୍କର ମନ୍ଦିର ବାହାରେ ଅନେକ ସ୍ଥାନରେ ବିଜେସ୍ଥଳୀ ରହିଛି, ଯେଉଁ ସ୍ଥାନର ମହିମା ଅପାର । ଆସନ୍ତୁ ସେହି ସବୁ ସ୍ଥାନ ସମ୍ପର୍କରେ ଅଳ୍ପରେ ଜାଣିବା ।

ଇନ୍ଦ୍ରଦ୍ୟୁମ୍ନ ସରୋବର
ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଏହି ସରୋବର ସର୍ବପ୍ରଥମ । ଏହି ସରୋବରକୁ ମହାରାଜା ପ୍ରଥମେ ଖନନ କରି ପରେ ଏହା ସଲଗ୍ନରେ ମନ୍ଦିର ନିର୍ମାଣ କରାଇଥିଲେ । ଏହାର ତଟଦେଶରେ ଭଗବାନ ନୃସିଂହଙ୍କର ନିବାସ । ଭଗବାନ ନୃସିଂହଙ୍କର ଦର୍ଶନ, ଚରଣ ସ୍ପର୍ଶ, ନମସ୍କାର ଓ ପୂଜନ ଦ୍ବାରା ମନୁଷ୍ୟ ତାର ମନୋରଥ ଲାଭକରେ ।

ମଞ୍ଚାସ୍ନାନ
ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସର୍ବତୀର୍ଥମୟ କୂପରୁ ଆନୀତ । ସୁଗନ୍ଧିତ ଜଳଦ୍ବାରା ଶ୍ରୀହରୀଙ୍କ ସ୍ନାନପରେ ଯେଉଁମାନେ ଦର୍ଶନ କରନ୍ତି ସେମାନଙ୍କର ସକଳ ଦୁଃଖ ଦୂର ହୋଇଥାଏ ।

ଶ୍ରୀଗୁଣ୍ଡିଚା ମନ୍ଦିର
ରଥଯାତ୍ରା ସମୟରେ ଶ୍ରୀଜିଉଙ୍କର ବାହାର ବିଜେ ଏଠାକୁ ହୋଇଥାଏ । ଯେଉଁଠାରେ ଠାକୁର ବାହୁଡା ପର୍ଯ୍ୟନ୍ତ ଅବସ୍ଥାପନା କରି ଠାକୁରଙ୍କୁ ଦର୍ଶନ ଦେଇଥାଆନ୍ତି ।

ଶ୍ବେତ ଗଙ୍ଗା
ପୁରୀର ଉଆଁସ ଦାଣ୍ଡର ମଧ୍ୟବର୍ତ୍ତୀ ସ୍ଥାନରେ ପବିତ୍ର ତୀର୍ଥ ଶ୍ବେତଗଙ୍ଗା ଅବସ୍ଥିତ । ଶ୍ବେତଗଙ୍ଗା କୂଳରେ ଶ୍ରାମାଧବଙ୍କ ବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ଦେଇ କୃତାର୍ଥ କରୁଛନ୍ତି ।

ମଠକର୍ମାଙ୍ଗୀ
ଏହାମଧ୍ୟ ଠାକୁରଙ୍କର ଏକ ବାହାର ବିଜେ ସ୍ଥଳୀ । ପୁରୀ ଆସୁଥିବା ଶ୍ରଦ୍ଧାଳୁ ଏହି ସ୍ଥାନର ଦର୍ଶନ ଯେତେବେଳେ ହେଲେ ବି କରିଥାଆନ୍ତି ।

ମୁକ୍ତିଶିଳା
ଜଗନ୍ନାଥ ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥରେ ଏହା ଯଜ୍ଞବଟ ତଥା ବଟସାଗର ମଧ୍ୟସ୍ଥ ଦକ୍ଷିଣାପଥ ବା ଦକ୍ଷିଣଦିଗସ୍ଥ ପବିତ୍ର ପୀଠ ବୋଲି ଉଲ୍ଲେଖ ଅଛି । ଉଗ୍ରେଶ୍ବର ଭୈରବ ଏହି ଶିଳାର ରକ୍ଷକ । ଏହାର ସମ୍ଭନ୍ଧ ସ୍ବର୍ଗଦ୍ବାର ସହିତ ରହିଛି ।

ତୀର୍ଥରାଜ ମହୋଦଧି
ପୁରୀର ପଞ୍ଚତୀର୍ଥ ମଧ୍ୟରୁ ମହୋଦଧି ତୀର୍ଥରାଜ ଅଟେ । ଭାରତ ଦକ୍ଷିଣ ସମୁଦ୍ରକୁ ବଙ୍ଗୋପସାଗର କୁହାଯାଏ । ଏହି ସ୍ଥାନ ତୀର୍ଥରାଜ ମହୋଦଧି ନାମରେ ପ୍ରସିଦ୍ଧ । ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଏଠାକୁ ଯାଇ ସ୍ନାନ କରିଥାଆନ୍ତି । ମହୋଦଧି ସ୍ନାନରେ ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ ।

ଜଗନ୍ନାଥବଲ୍ଲଭ ମଠ
ପୁରୀର ଦାଣ୍ଡିମାଳ ସାହିରେ ଅବସ୍ଥିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ନାମରେ ନାମିତ ହେଉଥିଲେ ମଧ୍ୟ ତାହା ଶ୍ରୀଜଗନ୍ନାଥ ଦେବଙ୍କ ବାଡିବାଡ, ପ୍ରିୟ ଉଦ୍ୟାନ ରୂପେ ବିରାଜିତ ଥିଲା । ଏହାର ମହିମା ଅନେକ ।

ମାର୍କଣ୍ଡ ପୁଷ୍କରିଣୀ
ଏହି ପୁଷ୍କରିଣୀର ନାମରେ ମାର୍କଣ୍ଡେଶ୍ବର ସାହି ନାମିତ ହୋଇଅଛି । ଏହା ଶ୍ରୀମନ୍ଦିରର ନିକଟବର୍ତ୍ତୀ ତୀର୍ଥ ଏବଂ ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଗୋଟିଏ । ସମୁଦ୍ର ସ୍ନାନ ପରେ ଯାତ୍ରୀମାନେ ଏବେ ମଧ୍ୟ ଏହି ପୁଷ୍କରିଣୀ ଜଳରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରନ୍ତି । ଏହି ମନ୍ଦିରରେ ଶ୍ରୀଜିଉଙ୍କର ଅନେକ ନୀତି ଅନୁଷ୍ଠିତ ହୋଇଥାଏ ।

ଚକ୍ରତୀର୍ଥ
ଏହା ମଧ୍ୟ ପଞ୍ଚତୀର୍ଥ ମଧ୍ୟରୁ ଗୋଟିଏ । ନୃସିଂହ ଚତୁର୍ଦ୍ଦଶୀ ଦିନ ଶ୍ରୀଜୀଉଙ୍କ ଆଜ୍ଞାମାଳ ଏଠାକୁ ଯାଏ ।

ଲବଣୀଖିଆ ମଠ
ଏହାର ଦୁଇଟି ଶାଖା ରହିଛି । ଗୋଟିଏ ଲବଣୀଖିଆ ମଠକୁ ଭାଦ୍ରବ ମାସ କାଳୀୟ ଦଳନ ଏକାଦଶୀ ଦିନ ମଦନମୋହନ ଶ୍ରୀମନ୍ଦିରରୁ ବିଜେ ହୁଅନ୍ତି । ଅନ୍ୟ ଲବଣୀଖିଆ ମଠକୁ ଭାଦ୍ରମାସ ଶୁକ୍ଳଦଶମୀ ଦିନ କଂସବଧଲୀଳା ଦିନ ମଧ୍ୟ ଏଠାକୁ ବିଜେ ହୁଅନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.