ପୁରୀ ଶ୍ରୀମନ୍ଦିରରେ ଅଘଟଣ, ଟଳିପଡିଲେ ସେବାୟତ

ପୁରୀ: ସବୁକିଛି ଠିକ ଚାଲିଥିଲା । ପ୍ରତିଦିନ ପରି ଆଜି ମଧ୍ୟ ଶ୍ରୀମନ୍ଦିରକୁ ଯାଇଥିଲେ ସେବାୟତ । ହେଲେ ମଧ୍ୟାହ୍ନରେ ହଠାତ ଦେହ ଅସୁସ୍ଥ ଲାଗିଲା । ଆଉ ଆଖି ପିଛୁଳାକେ ଟଳିପଡିଲେ । ସୂଚନା ଅନୁସାରେ ପୁରୀ ଶ୍ରୀମନ୍ଦିରକୁ ଜଗନ୍ନାଥ ସୁନାଥାଳି ନାମକ ଜଣେ ସୁଆର ବଡୁ ସେବାୟତ ସବୁଦିନ ପରି ଆଜି ମଧ୍ୟ ଯାଇଥିଲେ । ହେଲେ ମଧ୍ୟାହ୍ନ ଧୂପ ପରେ ସେ ହଠାତ ଟଳିପଡିଥିଲେ । ଆଉ ଟଳିପଡିବା ପରେ ଅନ୍ୟମାନେ ସାଙ୍ଗେ ସାଙ୍ଗେ ତାଙ୍କୁ ଉଠାଇ ଆଣିଥିଲେ । ଆଉ ତୁରନ୍ତ ହସ୍ପିଟାଲକୁ ନେଇଥିଲେ । ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଗନ୍ନାଥଙ୍କ ଦେହ ଖରାପ ପରେ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଯାଇଥିଲା । ହେଲେ ବେଶୀ ସମୟ ସେ ଜୀବିତ ରହିପାରିନଥିଲେ । ଶ୍ରୀମନ୍ଦିରରେ ଏପରି ଘଟଣା ଘଟିବା ପରେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏତେବଡ ସେବାୟତଙ୍କ ଏଭଳିଭାବେ ଜୀବନ ଯିବା ପରେ ସମସ୍ତେ ଭାଙ୍ଗିପଡିଛନ୍ତି । ଶ୍ରୀଜିଉଙ୍କ ସେବାରେ ନିଜକୁ ସବୁବେଳେ ସମର୍ପି ଦେଉଥିବା ସେବାୟତଙ୍କ ଆଜି ବିୟୋଗ ହୋଇଛି । ସେଥିପାଇଁ ସବୁ ସେବାୟତମାନେ ଶୋକପ୍ରକାଶ କରିଛନ୍ତି । କୁହାଯାଏ ପୁରୀ ଜଗନ୍ନାଥ ଧାମରେ ପ୍ରାଣ ଗଲେ ବୈକୁଣ୍ଠପ୍ରାପ୍ତ ହୋଇଥାଏ । ଆଉ ଏହି ସେବାୟତ ପ୍ରଭୁଙ୍କ ସେବା କରିଥିବାରୁ ତାଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇଛି । ତାଙ୍କ ପରିବାରରେ ଶୋକର ଛାୟା ଖେଳିଥିବା ବେଳେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜଗନ୍ନାଥଙ୍କ ସନ୍ତାନ ସେହି ଜଗନ୍ନାଥ ହୋଇଥିବାରୁ ସହଜ ମୃତୁ୍ୟ ହେଲା ବୋଲି କେତେକ ଲୋକ ମତବ୍ୟକ୍ତ କରିଛନ୍ତି । ତେବେ ପ୍ରଭୁ ଏ ପୃଥିବୀକୁ ଆସୁଥିବା ବିପଦକୁ ଟାଳି ଦିଅନ୍ତୁ ବୋଲି ସମସ୍ତେ ଚାହିଁଛନ୍ତି । ବୁ୍ୟରୋ ରିପୋର୍ଟ ସମୟ ଲାଇଭ

Govt

Comments are closed.