ଆମେରିକାର ଏକ ସହରରେ ଭିନ୍ନ ଧରଣର ନୌଚାଳନା ଦେଖିବାକୁ ମିଳିଥାଏ । ଏଠାରେ କଖାରୁରୁ ପ୍ରସ୍ତୁତ ଡଙ୍ଗାର ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ଏଠାରେ ଲୋକମାନେ ବଡବଡ କଖାରୁକୁ ଡଙ୍ଗା ଭଳି ବ୍ୟବହାର କରନ୍ତି । ସେମାନେ ଏହା ଉପରେ ବସି ଡଙ୍ଗାଭଳି ରେସ କରନ୍ତି । ଏହାକୁ େଓ୍ୱଷ୍ଟ କୋଷ୍ଟ ଜଏଣ୍ଟ ପମ୍ପକିନ୍ ରେଗାଟା ଇଭେଣ୍ଟ ନାମରେ ସ୍ଥାନୀୟ ଲୋକ ଡାକିଥାଆନ୍ତି । ୨୦୦୪ରୁ ଆୟୋଜିତ ହେଉଥିବା ଏହି ଇଭେଣ୍ଟ ସେଠିକାର ଏକ ନିଆରା ଆକର୍ଷଣ । ଏଥିରେ ଅନେକ ଲୋକ ଭାଗ ନେଉଥିବାର ଦେଖିବାକୁ ମିଳିଥାଏ । ଏହି ଦୌଡରେ ଭାଗ ନେବାକୁ ଖୁବ ବଡବଡ କଖାରୁକୁ ଡଙ୍ଗା ଭଳି କରି ମଣିଷଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହ୍ରଦରେ ଛଡା ଯାଇଥାଏ । ଏଥିରେ ବ୍ୟବହାର ହେଉଥିବା କଖାରୁର ଓଜନ ପାଖାପାଖି ୪୦୦ କିଗ୍ରାରୁ ଅଧିକ ମଧ୍ୟ ହୋଇଥାଏ । ଏହାପରେ କଖାରୁର ଭିତର ଅଂଶକୁ କାଟି ସଫା କରାଯାଏ ଏବଂ ସେଥିରେ କେହି ଜଣେ ବ୍ୟକ୍ତି ବସି ଏହି ଦୌଡର ଆରମ୍ଭ କରନ୍ତି ।
