ଚିଙ୍ଗୁଡି ବର୍ଗର

ସାମଗ୍ରୀ – ୬ରୁ୭ ଟି ବଡ ଚିଙ୍ଗୁଡି, ଅଦା ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଅଳ୍ପ ରସୁଣ କୋଲା, କଟା ଅଦା, ଧନିଆ ପତ୍ର , ଲେମ୍ବୁ ରସ, କଟା ପିଆଜ, ଟମାଟର କଟା, କ୍ୟାପିସକମ୍‌,ଚିଜ୍‌ ସ୍ଲାଇସ୍‌, ମେୟୋନିଜ୍‌, ଲଙ୍କା ଗୁଣ୍ଡ,ଗୋଲ ମରିଚଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ଡାଲଚିନି ଗୁଣ୍ଡ ।
ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ହଳଦୀ ପକାଇ ଭଲକରି ଗୋଳାଇ ନିଅନ୍ତୁ । ଏହାପରେ ଚିଙ୍ଗୁଡିକୁ ଲଙ୍କାଗୁଣ୍ଡ ଦେଇ ଭାଜି ନିଅନ୍ତୁ । ଏହାପରେ ଗୋଟିଏ ଅଲଗା ପ୍ୟାନ୍‌ରେ ତେଲ ପକାଇ ସେଥିରେ ଡାଲଚିନି ଖଣ୍ଡ, କଟା ଅଦା, ରସୁଣ, ଲଙ୍କା ଓ ଟମାଟର, ପିଆଜ ପକାଇ ଭାଜନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ଏହାକୁ ଅଳ୍ପ ପାଣିଦେଇ ବହଳିଆ ଗ୍ରେଭି ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ଚିଙ୍ଗୁଡି ପକାନ୍ତୁ । ଶେଷରେ ଏଥିରେ ଧନିଆ ପତ୍ର ଓ ଲେମ୍ବୁ ରସ ପକାନ୍ତୁ । ଏହାପରେ ଗୋଟିଏ ବର୍ଗର ବନ୍‌ରେ କିଛି ମେଓନିଜ୍‌ ଲଗାନ୍ତୁ ଏହାଉପରେ କ୍ୟାପସିକମ୍‌, ଏହାଉପରେ ଚିଙ୍ଗୁଡି ମସଲା, ଏହାପରେ ଚିଜ୍‌ ସ୍ଲାଇସ୍‌ ଦେଇ ପରଷନ୍ତୁ ଚିଙ୍ଗୁଡି ବର୍ଗର । ଯଦି ଚାହିଁବେ କ୍ୟାପସିକମକୁ ହାଲୁକା ତେଲ ଦେଇ ଭାଜି ବ୍ରେଡରେ ରଖିପାରିବେ ।

Govt

Comments are closed.