ଗିନିଜ୍‌ ରେକର୍ଡରେ କମ ଉଚ୍ଚତା ଥିବା ବଡିବିଲ୍‌ଡର

କମ ଉଚ୍ଚତା ପାଇଁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଭାରତୀୟ ବଡିବିଲ୍‌ଡର ପ୍ରତୀକ ବିଟଲ । ୨୬ ବର୍ଷୀୟ ପ୍ରତୀକ ନିଜ ନାମକୁ ଗିନିଜ୍‌ ରେକର୍ଡରେ ସାମିଲ କରିଛନ୍ତି । ନିଜର ଶାରୀରିକ ସମସ୍ୟାକୁ ସେ ନିଜର ଶକ୍ତିଭାବେ ପରିବର୍ତ୍ତନ କରିଛନ୍ତି ।
ଗିନିଜ୍‌ ରେକର୍ଡରେ କମ ଉଚ୍ଚତା ଥିବା ବଡିବିଲ୍‌ଡର

ଦୁନିଆର ସବୁଠାରୁ ଛୋଟ ବଡିବିଲ୍‌ଡର ଭାବେ ରେକର୍ଡ କରିଛନ୍ତି । ପ୍ରତୀକଙ୍କର ଉଚ୍ଚତା ୩ ଫୁଟ ୪ଇଞ୍ଚ । ନିଜର କମ ଉଚ୍ଚତା କାରଣରୁ ତାଙ୍କୁ ପ୍ରଥମେ ପ୍ରଥମେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ ଧୀରେ ନିଜର ଦୁର୍ବଳତାକୁ ନିଜର ପରିଚୟ କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ନିଜ ମାମୁଁଙ୍କୁ ଦେଖିବା ପରେ ବ୍ୟାୟାମ କରିବା ଆରମ୍ଭ କରିଥିଲେ । ନିଜ ସାଙ୍ଗସାଥୀଙ୍କ ପରାମର୍ଶରେ ସେ ବିଶ୍ୱ ରେକର୍ଡ ପାଇଁ ଆବେଦନ କରିବା ଆରମ୍ଭ କରିଥିଲେ । ହେଲେ ସବୁଥର ତାଙ୍କ ଆବେଦନ ଖାରଜ ହୋଇଯାଉଥିଲା ।
ଗିନିଜ୍‌ ରେକର୍ଡରେ କମ ଉଚ୍ଚତା ଥିବା ବଡିବିଲ୍‌ଡର
ଚାରିଥର ପରିଶ୍ରମ କରିବା ପରେ ନିଜ ନାମକୁ ସେ ଏହି ରେକର୍ଡରେ ସାମିଲ କରିପାରିଥିଲେ । ସେ ମାତ୍ର ୧୬ ବର୍ଷ ବୟସରୁ ଏହି ରେକର୍ଡ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ମହାରାଷ୍ଟ୍ରରେ ରହୁଥିବା ପ୍ରତୀକ ସମସ୍ତ କଥା ପ୍ରତି ଧ୍ୟାନ ଦେଇ ଆଗକୁ ବଢିଥିଲେ । ବିଭିନ୍ନ ବ୍ୟାୟାମ ସହିତ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ଦେଉଥିଲେ । ଦିନକୁ ଦୁଇ ଘଣ୍ଟା ଜିମ୍‌ରେ କାଟୁଥିଲେ ।

Govt

Comments are closed.