ଇହଲୀଳା ସମ୍ବରଣ କଲେ ଶ୍ରୀଶ୍ରୀଦାଦା

ଦୁର୍ଗାପୁର: ଡିସେମ୍ବର ୧୭: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପେତ୍ର ଶ୍ରୀଶ୍ରୀଦାଦା (ଅଶୋକ ଚକ୍ରବର୍ତ୍ତୀ) ଶ୍ରୀଶ୍ରୀଠାକୁରଙ୍କର ଗତକାଲି ମହାପ୍ରୟାଣ ଘଟିଛି । ତାଙ୍କର ଏହି ବିଲୟରେ କୋଟି କୋଟି ଭକ୍ତଙ୍କ ହୃଦୟ ମର୍ମାହତ ହୋଇଛି । ଗୁରୁବାର ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍‌ ହସ୍ପିଟାଲରେ ୮୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୁର୍ଗାପୁର ସତ୍‌ସଙ୍ଗ ବିହାର ପରିସରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏହି ମହାପ୍ରୟାଣ ଖବରରେ ଦୁର୍ଗାପୁର ସତ୍‌ସଙ୍ଗ ବିହାରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତ-ଅନୁରାଗୀଙ୍କ ସୁଅ ଛୁଟୁଛି ।

ଇହଲୀଳା ସମ୍ବରଣ କଲେ ଶ୍ରୀଶ୍ରୀଦାଦା

୧୯୩୩ ମସିହା ଅକେ୍‌ଟୋବର ୨୧ ତାରିଖରେ ସେ ଅଧୁନା ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୩ ବର୍ଷରେ ଶ୍ରୀଶ୍ରୀଠାକୁରଙ୍କ ସହ ସେ ଦେଓଘର ଆସିଥିଲେ । ସେଠାରେ ସ୍କୁଲ ଓ କଲେଜ ଶିକ୍ଷା ପରେ କୋଲକାତାରେ ଡାକ୍ତରୀ ଅଧ୍ୟୟନ କରିଥିଲେ । ବିଭିନ୍ନ ସମସ୍ୟାରେ କବଳିତ ହୋଇ ତାଙ୍କର ଡାକ୍ତରୀ ଶିକ୍ଷା ଅଧାରେ ରହିଯାଇଥିଲା । ଏହାପରେ ସେ କୋଲକାତା ବିଶ୍ୱବିଦ୍ୟାଳୟରେ ଏମ୍‌ଏ ଏବଂ ପରେ ଏଲ୍‌ଏଲବି ଡିଗ୍ରି ହାସଲ କରିଥିଲେ । ଆଇନଛାତ୍ର ଭାବେ କୋଲକତାରେ ଓକିଲାତି ଆରମ୍ଭ କରିଥିଲେ । ମାତ୍ର ଏସବୁ ପ୍ରତି ତାଙ୍କର ମନ ବଳି ନ ଥିଲା । ସେ ସଂପୂର୍ଣ୍ଣଭାବେ ଇଷ୍ଟସେବାରେ ନିଜକୁ ସମର୍ପିତ କରି ଶ୍ରୀଶ୍ରୀଠାକୁରଙ୍କ ଭାବଧାରା ପ୍ରଚାରପ୍ରସାରରେ ବ୍ରତୀ ହୋଇଥିଲେ । ତାଙ୍କର ବିୟୋଗରେ ଦେଶ ଓ ବିଦେଶରେ ଥିବା କୋଟିକୋଟି ସତ୍‌ସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Govt

Comments are closed.