ପୁରୀ: ସେପ୍ଟେମ୍ବର ୨୩: ଚଳିତ ମାସ ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଆଜିଠାରୁ ପୋଷ୍ଟଲ ବାଲଟ ପେପରରେ ମତଦାନ ଆରମ୍ଭ ହୋଇଛି ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ମତଦାନ ପ୍ରକ୍ରିୟାରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗଙ୍କ ସମେତ କରୋନା ସଂକ୍ରମିତମାନେ ମଧ୍ୟ ନିଜ ମତ ପେପର ମାଧ୍ୟମରେ ଦେବେ । ଏଥିପାଇଁ ମାଇକ୍ରୋ ଅବ୍ଜରଭର୍, ପ୍ରିଜାଇଡିଂ ଅଫିସର୍, ପୋଲିଂ ଅଧିକାରୀଙ୍କ ସମେତ ସୁରକ୍ଷାକର୍ମୀ ଘର ଘର ବୁଲି ମତ ଗ୍ରହ କରିବାରେ ଲାଗିପଡ଼ିଛନ୍ତି ।
ସୂଚନା ଅନୁସାରେ, ପୋଷ୍ଟାଲ ବାଲଟ ମତଦାନ ପାଇଁ ୭ଟି ପୁଲିଂ ଦଳ ଗଠନ କରାଯାଇଛି । ପ୍ରତ୍ୟେକ ଦଳରେ ମାଇକ୍ରୋ ଅବ୍ଜରଭର, ଭିଡିଓଗ୍ରାଫି, ପ୍ରିଜାଇଡିଂ ଅଫିସର, ପୋଲିଂ ଅଧିକାରୀଙ୍କ ସମେତ ପୋଲିସ ରହିଛନ୍ତି । ତେବେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଏହି ମତଦାନ ପ୍ରକ୍ରିୟା ଶେଷ ହେବ । ଏବେ ପିପିଲିରୁ ୩୬୫ ଏବଂ ଡେଲାଙ୍ଗରୁ ୭୧୨ ପୋଷ୍ଟର ବାଲଟ ଭୋଟର ରହିଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ୧ ହଜାର ୭୭ ଜଣ ପୋଷ୍ଟାର ବାଲଟ ଭୋଟର ନିଜର ମତଦାନ କରିବେ । ଅନ୍ୟପକ୍ଷରେ ପୂର୍ବର ୧୩୮ ଭୋଟରଙ୍କର ମତଦାନ ହୋଇଯାଇଛି, ଯାହାକୁ କାଏମ ରଖାଯାଇଛି ।
ସୂଚନା ଥାଉଯେ, ଆସନ୍ତାରେ ୩୦ରେ ପିପିଲିରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସେଠାରେ ଏବେ ମୋଟର ଗାଡ଼ି, ବାଇକ୍, କାର୍, ଜିପ୍, ସାଇକେଲ ମାଧ୍ୟମରେ ଜୋରଦାର୍ ପ୍ରଚାର ଚାଲିଛି । ତେବେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରଚାର କାର୍ଯ୍ୟକ୍ରମ ଚାଲିବ ।

Comments are closed.