ପୁପ୍‌ ପିଲ୍‌

ବିଶ୍ୱରେ ବୈଜ୍ଞାନିକମାନେ ଅନେକ ସମୟରେ ଏଭଳି ଉଦ୍‌ଭାବନ କରିଥାଆନ୍ତି ଯାହା ସାଧାରଣ ଲୋକ ବିଶ୍ୱାସ କରିପାରନ୍ତି ନାହିଁ । ତେବେ ବର୍ତ୍ତମାନ ଏକ ଔଷଧ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାର ନାଁ ରହିଛି ପୁପ୍‌ ପିଲ୍‌ । ବ୍ରିଟିଶ ବୈଜ୍ଞାନିକମାନେ ଏହି ଔଷଧକୁ ମଣିଷଙ୍କ ମଳରୁ ପ୍ରସ୍ତୁତ କରିଛନ୍ତି । ଏହାକୁ ସେମାନେ କ୍ୟାପସୁଲ୍‌ ଫର୍ମରେ ପ୍ରସ୍ତୁତ କରିଛନ୍ତି ,ଯାହାକୁ କ୍ୟାନ୍‌ସର ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ରହିଛି । ଯାହାକୁ ନେଇ ସେମାନେ ଗବେଷଣା ଓ ପରୀକ୍ଷଣ ଜାରି ରଖିଛନ୍ତି । ଏହା କ୍ୟାନ୍‌ସର ଚିକିତ୍ସା ଏକ ବିପ୍ଳବ ଆଣିବ ବୋଲି ପୁପ୍‌ ପିଲ୍‌ର ପ୍ରସ୍ତୁତକାରୀ ବୈଜ୍ଞାନିକ ମତ ଦେଇଛନ୍ତି । କେବଳ କ୍ୟାନସର ନୁହେଁ ଏହାକୁ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

Govt

Comments are closed.