ଦିଲ୍ଲୀ: ଫେବୃଆରୀ ୨୫: ୟୁକ୍ରେନ୍-ଋଷର ଯୁଦ୍ଧ ଦିନକୁ ଦିନ ପ୍ରଗାଢ଼ ହୋଇଯାଉଛି । ଏଥିରେ ସମଗ୍ର ଦେଶ ପ୍ରଭାବିତ ହେଉଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ କିଭ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ଭାରତ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପ୍ଲାଇନ୍ ନମ୍ବର ଜାରି କରାଯାଇଛି ।
ଅନ୍ୟପକ୍ଷରେ, ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସାହାର୍ଯ୍ୟ ପାଇଁ ସହାୟତା ଲୋଡ଼ିଛି ୟୁକ୍ରେନ୍ । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ଏଣେ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ଙ୍କ ସହ ମୋଦି କଥା ହୋଇଛନ୍ତି । କଥାବାର୍ତ୍ତା ସମୟରେ ସମଗ୍ର ଘଟଣା ବିଷୟରେ ପୁଟିନ୍ ମୋଦିଙ୍କୁ କହିଥିବା କଥା ସୂଚନା ମିଳିଛି ।

Comments are closed.