କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି

କେଦାରନାଥ: ନଭେମ୍ବର ୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ମନ୍ଦିର ଦର୍ଶନ ନିମନ୍ତେ ଗ୍ରସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ ମହାଦେବଙ୍କର ରୂଦ୍ରାଭିଷେକ କରିଛନ୍ତି । କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧି ପରିସରରେ ଆଦିଗୁରୁଙ୍କର ୧୨ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ସାଧାରଣ ଜନତାଙ୍କୁ ସମ୍ବର୍ଦ୍ଧିତ କରି ସେ କହିଛନ୍ତି, ଦିନ ଥିଲା ଯେତେବେଳେ ଅଧ୍ୟାତ୍ମିକତା ଏବଂ ଧର୍ମ ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରେଣୀ ସହ ସମ୍ପୃକ୍ତ ବୋଲି ମନେ କରାଯାଉଥିଲା । କି;ୁ, ଭାରତୀୟ ଦର୍ଶନ ମାନବ କଲ୍ୟାଣ କଥା ବଖାଣେ, ଜୀବନକୁ ସାମଗ୍ରିକ ଦୃଷ୍ଟିରେ ବିଚାର କରେ । ଏହି ସତ୍ୟତା ପ୍ରତି ସମାଜକୁ ସଚେତନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟ କାର୍ଯ୍ୟ କରିଥିଲେ ।

କେଦାରନାଥରେ ହୋଇଥିବା ବିକାଶକୁ ନେଇ ସେ କହିଛନ୍ତି, ୨୦୧୩ ପ୍ରଳୟ ପରେ କେଦାରନାଥର ପୁନର୍ବିକାଶ ହେବ ବୋଲି ଲୋକେ କଳ୍ପନା କରି ନ ଥିଲେ । କି;ୁ, କେଦାରନାଥର ପୁନର୍ବିକାଶ ହେବ ବୋଲି ମୋର ଅନ୍ତରାତ୍ମା ସବୁବେଳେ କହୁଥିଲା । ଦିଲ୍ଲୀରେ ଥାଇ ମୁଁ ନିୟମିତ କେଦାରନାଥ ବିକାଶ କାର୍ଯ୍ୟାବଳୀ ସମୀକ୍ଷା କରୁଥିଲି । ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିକୁ ଡ୍ରୋନ୍‌ ଉତ୍ତୋଳିତ ଚିତ୍ରାବଳୀରେ ସମୀକ୍ଷା କରୁଥିଲି । ଏହି ସବୁ କାର୍ଯ୍ୟ ନିମନ୍ତେ ଦିTର୍ଶନ ଦେଇଥିବା ସମସ୍ତ ‘ରାୱଲ’ଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ସୂଚନା ଯୋଗ୍ୟଯେ, ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗସ୍ତକୁ ସେବାୟତମାନେ ଜୋରଦାର ବିରୋଧ କରିଥିଲେ । ସେବାୟତମାନଙ୍କୁ ଶାନ୍ତ କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କେଦାରନାଥରେ ପହଞ୍ଚିଥିଲେ । ସେଠାରେ ସେବାୟତଙ୍କ ସହିତ ମିଶି ସେ ଏକ ଆଲୋଚନା ବୈଠକ କରିଥିଲେ । ଏହାପରେ ସେବାୟତମାନେ ଶାନ୍ତ ହୋଇଥିଲେ ।

Govt

Comments are closed.