ନୁ୍ୟୟର୍କ : ୟୁକ୍ରେନ ଓ ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଜାତିସଂଘ ଏକ କମିଟି ଗଠନ କରୁ, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ୍ ଫ୍ରାନ୍ସିସ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ସଦସ୍ୟ ରୁହ;ୁ ବୋଲି ମେକ୍ସିକୋ କହିଛି । ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେବାବେଳେ ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଲୁଇସ୍ କାସାବନ ଏବଂ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେଜ ଲୋପେଜ୍ ଓବ୍ରାଡରଙ୍କ ଏହି ପ୍ରସ୍ତାବ ଜଣାଇଛନ୍ତି ।
ସେ କହିଛନ୍ତି ଯେ ଜାତିସଂଘ ଏହି କମିଟି ମାଧ୍ୟମରେ ରୁଷ ଓ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରୁ ଓ କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତି ସ୍ଥାପନ କରୁ । ଗତ ସପ୍ତାହରେ ସମରକନ୍ଦଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ, ଏହା ଯୁଦ୍ଧର ଯୁଗ ନୁହେଁ । ଏହାର ଜବାବରେ ପୁଟିନ କହିଥିଲେ ଯେ ସେ ଯୁଦ୍ଧ ଶେଷ କରିବାକୁ ଆଗ୍ରହୀ । କି;ୁ ୟୁକ୍ରେନ ଏଥିପାଇଁ ରାଜି ହେଉନି ।
ଏହା ପରେ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ବି ଭାରତ ଯୁଦ୍ଧ ବନ୍ଦ ପାଇଁ ଆହ୍ୱାନ ଜଣାଇଥିଲା । ୟୁକ୍ରେନ ଯୁଦ୍ଧ ହେଉ ଓ ଦୁଇ ପକ୍ଷ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କର;ୁ ବୋଲି ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର କହିଥିଲେ । ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହା ପରେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଥିଲେ । ଯୁଦ୍ଧ ଏବେ ୭ମ ମାସରେ ପ୍ରବେଶ କରିଥିବାବେଳେ ଉଭୟ ପକ୍ଷ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ।

Comments are closed.