ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ

ଭୁବନେଶ୍ୱର: ଜୁଲାଇ ୨୦: ଯୁକ୍ତ ଦୁଇ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସାମ୍‌ସ ଓଡ଼ିଶା ପୋର୍ଟାଲ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି େୱବସାଇଟ୍‌ରେ ଆଜି ଦିନ ୧୧ଟା ନାମଲେଖା ପାଇଁ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ଯୁକ୍ତ ଦୁଇ ନାମଲେଖା ନେଇ କିଛି ଉକ୍ତ ସାଇଟ୍‌ରେ ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୧୭ ତାରିଖ ଦିନ ୩ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସେପେଫମ୍ବର୨ ତାରିଖରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପେଫମ୍ବର ୫ରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇ ସେପେଫମ୍ବର ୭ ପର୍ଯ୍ୟନ୍ତ ଚାଲିବ ।

ଅନ୍ୟପକ୍ଷରେ, ସେପେଫମ୍ବର୧୩ ତାରିଖରେ ସ୍ପଟ୍‌ ସିଲେକ୍ସନ ପାଇଁ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ । ୧୩ ଓ ୧୪ ତାରିଖ ରେ ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ । ସେପେଫମ୍ବର ୧୫ ରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ । ସେପେଫମ୍ବର ୧୫ ଓ ୧୬ ତାରିଖ ୨ ଦିନ ହେବ ସ୍ପଟ ଆଡ଼ମିଶନ ।

Govt

Comments are closed.