ବର୍ତ୍ତମାନ ମାସ୍କ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ଭାବେ ସାମିଲ ହୋଇଛି । ସବୁ ସମୟରେ ଏହାର ଦରକାର ପଡୁଛି । ମାସ୍କ ସମସ୍ତଙ୍କୁ ସଂକ୍ରମଣରୁ ସୁରକ୍ଷା ଦେଉଛି ହେଲେ ବ୍ୟବହୃତ ମାସ୍କ ପାଇଁ ପ୍ରଦୂଷଣର ସମସ୍ୟା ମଧ୍ୟ ବଢୁଛି ।
ତେବେ ବଜାରରେ ଏଭଳି କିଛି ମାସ୍କ ମିଳୁଛି ଯାହା ଇକୋଫ୍ରେଣ୍ଡଲି ହେବା ସହିତ ରିସାଇକେଲ୍ ଯୋଗ୍ୟ ମଧ୍ୟ । ଏହା ସଂକ୍ରମଣକୁ ରୋକିବା ସହିତ ପରିବେଶକୁ ପ୍ରଦୂଷିତ କରୁନାହିଁ । ମାସ୍କ ନିର୍ମାଣ କମ୍ପାନୀ ଜି୯୫ ଏହି ବାୟୋଡିଗ୍ରେଡେବୁଲ ମାସ୍କ ପ୍ରସ୍ତୁତ କରିଛି ।
ପୂରା ମାସ୍କଟିକୁ କମ୍ପାନୀ ଉଦ୍ଭିଦରୁ ପ୍ରସ୍ତୁତ ସାମଗ୍ରୀରୁ ତିଆରି କରିଛି, ଯାହା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ । ଏହି ପ୍ୟାକେଟ୍ରେ ମାସ୍କକୁ ଫୋପାଡିବା ପାଇଁ ମଧ୍ୟ ଏକ ର୍ୟାପର ରହୁଛି, ଯାହା ବାୟୋଡିଗ୍ରେବେୁଲ୍ । ମାସ୍କ ବ୍ୟବହାର ପରେ ଏହାକୁ ଏହି ର୍ୟାପରେ ପୂରାଇ କମ୍ପାନୀକୁ ଫେରସ୍ତ କରିହେବ ।
ସେମାନେ ଏହାକୁ ରି ସାଇକେଲ୍ କରି ନୂଆ ପ୍ରସ୍ତୁତ କରିପାରିବେ । ଏହି ମାସ୍କଟି ପରିବେଶ ଉପଯୋଗୀ ହେବା ସହିତ ସଂକ୍ରମଣ ମଧ୍ୟ ରୋକିପାରୁଛି ।

Comments are closed.