ବେଜିଂ: ମାର୍ଚ୍ଚ ୨୧: ଚୀନ୍ର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମଚୀନରେ କ୍ରାଶ୍ ହୋଇଯାଇଥିବା ଜଣାପଡ଼ିଛି ।
ଗୁଆଙ୍ଗସି ରାଜ୍ୟରେ ଥିବା ୟୁଝୋଉ ସହରର ଏକ ଗ୍ରାମୀଣ ଅଞ୍ଚଳରେ ଥିବା ପାହାଡ଼ରୁ ଧୂଆଁ ବାହାରୁଥିବା ସିସିଟିଭି ଫୁଜେଟ୍ରୁ ଧରାପଡ଼ିଛି । ଏଣୁ ସେଠାରେ ବିମାନି ଦୁର୍ଘଟଣାଗ୍ରସ୍ତ ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ ।
ଦୁର୍ଘଟଣାଗ୍ରସ୍ତ ବିମାଟି ହେଉଛି- ବୋଇଙ୍ଗ ୭୩୭ । ଏବେ ଉଦ୍ଧାର କାର୍ଯ୍ୟ ପାଇଁ ଚେଷ୍ଟା ଚାଲିଛି ।
Comments are closed.