ଜାପାନ : ସେପ୍ଟେମ୍ବ ୨୩: ଆପଣ ନିଶ୍ଚୟ ଦେଖିଥିବେ ଯେ ପିଲାମାନେ ଶୋଇବା ସମୟରେ ତକିଆରେ ମାରପିଟ୍ ହୋଇ ମଜା ନେଇଥାନ୍ତି । କିଛି ବଡ଼ ଲୋକ ମଧ୍ୟ ଏହାକୁ ଉପଭୋଗ କରନ୍ତି । ଏହାର ଏକ ପ୍ରତିଯୋଗିତା ରହିଛି, ତାହା ମଧ୍ୟ ଜାତୀୟସ୍ତରର ତାହେଲେ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ହେଲେ ବାସ୍ତବରେ ଜାପାନରେ ଏହି ‘ପିଲୋ ଫାଇଟିଂ’ ଏକପ୍ରକାର ଖେଳ ରହିଛି । ପ୍ରତିବର୍ଷ ଜାପାନର ବିଭିନ୍ନ ଅଞ୍ଚଳରୁ ଅନେକ ଟିମ୍ ତକିଆରେ ଲଢିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ଆସନ୍ତି । ଜାପାନର ଇଟୋ ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଟାଇମ୍ ପାସ୍ ପାଇଁ କେହି ଏଠାକୁ ଆସନ୍ତି ନାହିଁ ବରଂ ଖେଳ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି । ତେବେ ଜାପାନ ହେଉଛି ଏକମାତ୍ର ଦେଶ ଯିଏ, ତକିଆ ଯୁଦ୍ଧକୁ ଜାତୀୟ ସ୍ତରକୁ ନେଇଛି । ତେଣୁ ତାଲିମପ୍ରାପ୍ତ ଖେଳାଳିମାନେ ହିଁ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ଲୋକପ୍ରିୟ ତକିଆ ଯୁଦ୍ଧକୁ ଦେଖି ଅଲ୍ ଜାପାନ ପିଲୋ ଫାଇଟିଂ ଚାମ୍ପିଅନସିପ୍ ଆରମ୍ଭ ହୋଇଥିଲା । ଅଧିକାଂଶ ବିଦ୍ୟାଳୟ କିମ୍ବା କଲେଜ ଭ୍ରମଣରେ ଆସିଥିବା ପିଲାମାନେ ଏହି ପ୍ରକାର ଖେଳ ଖେଳି କିଛି ସମୟ ପାଇଁ ସେମାନଙ୍କ ମନକୁ ମନୋରଞ୍ଜନ କରୁଥିଲେ । ତେବେ ଏହା ଦ୍ୱାରା ପ୍ରଭାବିତ ହୋଇ ପିଲୋ ଫାଇଟିଂ ଟୁର୍ଣ୍ଣାମେଣ୍ଟ ୨୦୧୩ ମସିହାରେ ଆରମ୍ଭ ହୋଇଥିଲା । ଏହାର ପର ବର୍ଷ ୨୦୧୪ରେ ଏହି ଚାମ୍ପିଅନସିପ୍ ଜାତୀୟ ସ୍ତରରେ ପହଞ୍ଚିଥିଲା । ୯ ବର୍ଷ ବୟସ୍କଙ୍କ ଠାରୁ ୬୦ ବର୍ଷ ବୟସ୍କମାନେ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଛନ୍ତି । ପ୍ରଥମେ ସିଜୁକାରେ ଏକ ଛାତ୍ର ଗୋଷ୍ଠୀ ଏକ ପ୍ରତିଯୋଗିତା ଭାବରେ ଏହି ଖେଳ ଖେଳିଥିଲେ । ଏଥିପାଇଁ ବହୁତ ସରଳ ନିୟମ ତିଆରି କରାଯାଇଥିଲା । ଏଥିପାଇଁ ୟୁକାଟ୍ସ ନାମକ ଜାପାନୀ ପାରମ୍ପାରିକ ପୋଷାକ ପିନ୍ଧାଯାଏ ।

Comments are closed.