ଅନୁଭବଙ୍କ ନାଁରେ ମାନହାନୀ ମକଦ୍ଦମା

ସମୟ ଲାଇଭ,୨୨/୧୦:  ବିଜେଡି ନେତା ତଥା କେନ୍ଦନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ଯୁବ ବିଜେଡ଼ି ନେତା ମନଜିତ ଦାଶ। କିଛିଦିନ ତଳେ ଅନୁଭବ ଓ ତାଙ୍କ ପଡ଼ୋଶି ମନଜିତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ଯାହା ଏବେ ଥାନା ପର୍ଯ୍ୟନ୍ତ ଗଲାଣି। ମନଜିତ ଅଭିଯୋଗ କରିଛନ୍ତି ଯେ, ଅନୁଭବ ମୋ ନାଁ ରେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରିଛନ୍ତି ଯେଉଁଥିରେ ତାଙ୍କର ମାନହାନୀ ଘଟିଛ ବୋଲି ସେ ଅଭିଯୋଗ କରିଛନ୍ତି। ଏତଲାରେ ଆଇ.ଟି ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ମନଜିତ ନିବେଦନ କରିଛନ୍ତି। ଅନୁଭବ ପ୍ରଥମେ ମନଜିତଙ୍କ ନାଁରେ କିଛିଦିନ ତଳେ ଥାନାରେ ଏତଲା ଦେଇଥିବା ବେଳେ ଆଜି ମନଜିତ ପାଲଟା ମାନହାନୀ ମକଦ୍ଦମା କରି ଅନୁଭବଙ୍କୁ ଚର୍ଚ୍ଚାକୁ ଆଣିଛନ୍ତି।

 

Launching Ceremony of “AYUSHMAN BHARAT

Comments are closed.