ନବୀନଙ୍କୁ ଟପିବେ ରୀତା

0
ସମୟ ଲାଇଭ,୨୨/୧୦:  ବିଜେପୁର ଉପନିର୍ବାଚନ ଗୋଟିଏ ଦିନ ନଯାଉଣୁ କିଏ ଜିତିବ ଆଉ କିଏ ହାରିବ ସେ ନେଇ ଅନେକ ତର୍କ ବିତର୍କ ଲାଗିଲାଣି । ଉଭୟ ଶାସକ ବିରୋଧି ଜିତିବା ନେଇ ଆଶାବାଦୀ ଥିବାବେଳେ ଆଜି ହଟାତ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ରୋଚକ ମୋଡକୁ ନେଇଛି ବିଜେପୁର ଫଳାଫଳକୁ । ଏପରିକି ନବୀନଙ୍କ ଠାରୁ ରୀତା ଅଧିକ ଭୋଟ ପାଇବେ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ୧ଲକ୍ଷ ୨୫ ହଜାରରୁ ୧ଲକ୍ଷ ୩୦ ହଜାର ଭୋଟ ପାଇବା ସହ ରୀତା ବିଜୟ ମୁକୁଟ ପିନ୍ଧିବେ ବୋଲି ମନ୍ତ୍ରୀ କହିଛନ୍ତି । ନବୀନ ଗତ ନିର୍ବାଚନରେ ୧ଲକ୍ଷ ୧୦ ହଜାର ଭୋଟ ପାଇଥିଲେ ଯଦି ରୀତା ସାହୁ ଅଧିକ ଭୋଟ ପାଆନ୍ତି ତେବେ ମନ୍ତ୍ରୀଙ୍କ କଥା ସତ ହେଲା ବୋଲି ପ୍ରମାଣିତ ହେବ ।

Leave A Reply

Your email address will not be published.