ମଣିଷ ଶରୀରରେ ଘୁଷୁରୀ ଯକୃତ

0

ଚୀନ ବୈଜ୍ଞାନିକମାନେ ପ୍ରଥମଥର ପାଇଁ ଏକ ଘୁଷୁରୀର ଯକୃତକୁ ମଣିଷ ଶରୀରରେ ଲଗାଇଥିଲେ । ଯାହା ୬ମାସ ଧରି ଉକ୍ତ ବ୍ୟକ୍ତିଙ୍କ ଭିତରେ ଜୀବନ୍ତ ରହିଥିବା ଜଣା ପଡିଛି । ଏହି ଯକୃତକୁ ଜଣେ ବ୍ରେନ ଡେଡ ମଣିଷଙ୍କୁ ଲଗାଯାଇଥିଲା । ଯାହା ୧୭୧ ଦିନ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ଶରୀରରେ କାର୍ଯ୍ୟକ୍ଷମ ରହିଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ କ୍ୟାନ୍ସର ଓ ଯକୃତ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ । ହେଲେ ତାଙ୍କୁ ଡୋନର ନମିଳିବାରୁ ଡାକ୍ତରମାନେ ଏଭଳି ନିଷ୍ପତ୍ତି ନେଇଥିଲେ । ଏହାକୁ ଲଗାଇବା ଆଗରୁ ମଣିଷ ଶରୀର ଭଳି ଜେନେଟିକାଲି ମୋଡିଫାଏ କରାଯାଇଥିଲା । ପ୍ରଥମରୁ ଏହା ଖୁବ ଭଲରେ କାମ କରିଥିଲା ହେଲେ ପରେ ଅର୍ଥାତ ୩୮ ଦିନରେ ଏହା ବ୍ୟକ୍ତିଙ୍କର ରୋଗପ୍ରତିରୋଧକ ଶକ୍ତିକୁ ସମସ୍ୟା ପହଞ୍ଚାଇବା ଆରମ୍ଭ କରିଥିଲା । ଉକ୍ତ ସମସ୍ୟାର ଚିକିତ୍ସା ଔଷଧ ଦ୍ୱାରା କରାଯାଇଥିଲା ହେଲେ ଏଥିରେ ସୁଧାର ଆସିନଥିଲା । ଯାହାପରେ ୧୭୧ ଦିନରେ ରୋଗୀର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ପରୀକ୍ଷଣରେ ବୈଜ୍ଞାନିକଙ୍କର ଆତ୍ମବିଶ୍ୱାସ ବଢିଛି ଆଗକୁ ଘୁଷୁରୀ ଯକୃତ ଉପରେ ଆହୁରି ଗବେଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.