ରାତିରେ ମିଳିବ ସୌର ଶକ୍ତି

ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ପ୍ରାୟ ୭୫୦ ମିଲିଅନରୁ ଅଧିକ ଲୋକ ରାତିରେ ବିଜୁଳି ବ୍ୟବହାର କରିବାକୁ ପାଉନାହାନ୍ତି । ତେବେ ବିଜୁଳିର ଏକ ୂବଡ ବିକଳ୍ପ ଭାବେ ସୋଲାର ସେଲ୍‌କୁ ବ୍ୟବହାର କରାଯାଉଛି । ହେଲେ କେବଳ ଦିନରେ ହିଁ ଏହାର ବ୍ୟବହାର ହେଉଥିବା ବେଳେ ଏର୍ନଜିକୁ ଷ୍ଟୋର କରିବା ପାଇଁ ବ୍ୟାଟେରିର ଆବଶ୍ୟକତା ପଡୁଛି । ତେବେ ଏହି ସମସ୍ୟାର ମଧ୍ୟ ସମାଧାନ ବାହାରିଛି ।

ରାତିରେ ମିଳିବ ସୌର ଶକ୍ତି

କାର୍ଲିଫର୍ଣ୍ଣିଆର ଷ୍ଟାଣ୍ଡ୍‌ଫର୍ଡ ବିଶ୍ୱବିଦ୍ୟାଳୟ ଏକ ଫଟୋଭୋଲାଟିକ୍‌ ସେଲ୍‌ର ଉଦ୍ଭାବନ କରିଛନ୍ତି, ଯାହା ପରିବେଶରୁ ଦିନ ଓ ରାତି ଉଭୟ ସମୟରେ ଶକ୍ତି ଉତ୍ପାଦନ କରିପାରିବ । ତେବେ ଏହି ପ୍ରକ୍ରିୟା କାରଣରୁ ବ୍ୟାଟେରି ବ୍ୟବହାରର ସମସ୍ୟା ମଧ୍ୟ କେତେକାଂଶରେ କମିବ ବୋଲି ବୈଜ୍ଞାନିକ ଆଶା ପ୍ରକାଶ କରିଛନ୍ତି । ରାତ୍ରି ସମୟରେ ସୋଲାର ସେଲ୍‌ କିଛି ମାତ୍ରାରେ ହିଟ୍‌କୁ ଆକାଶକୁ ପୂନଃ ପ୍ରେରିତ କରିଥାଏ । ଏହି ମେସିନ୍‌ଟି ଏକ ଥର୍ମୋଇଲେକଟ୍ରିକ୍‌ ମୋଡୁଲ ବ୍ୟବହାର କରି ସେଲ୍‌ ଏବଂ ବାୟୁ ମଧ୍ୟରେ ଥିବା ତାପମାତ୍ରା ଗ୍ରେଡିଏଣ୍ଟରୁ ଭୋଲେଫଜ ଓ କରେଣ୍ଟ ଉଦ୍ଭାବନ କରିବ । ଏହି ମେସିନ୍‌ର ଡିଜାଇନ୍‌ରେ ଗୋଟିଏ ପଟ ଥଣ୍ଡା ସାଇଡ୍‌ ଥିବା ବେଳେ ଅନ୍ୟ ପଟଟି ଗରମ ଥାଏ । ତେବେ ଏହା ଉପରେ ଅଧିକ ଗବେଷଣା କରାଯାଉଛି, ଯାହା ଏହାର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବ ।

Govt

Comments are closed.