ଜରୁରୀ ସମୟରେ ଫୋନ୍‍ ସ୍ୱିଚ୍‍ ଅଫ୍‍ ହୋଇଯାଉଛି କି?

ସମୟ ଲାଇଭ୍‍,୭/୧୨: ଅଧିକାଂଶ ସମୟ ଜରୁରୀ ପରିସ୍ଥିତିରେ ଫୋନ୍‍ ସ୍ୱିଚ୍‍ ଅଫ୍‍ ହୋଇଯାଇଥାଏ। ଏଣୁ ଆମେ ଅନେକ ସମସ୍ୟାରେ ପଡ଼ିବା ସହ ବିରକ୍ତି ପ୍ରକାଶ କରିଥାଉ। ତେବେ ଖୁବ୍‍ ଶୀଘ୍ର କାହିଁକି ଫୋନରୁ ଚାର୍ଜ ସରିଥାଏ ଓ ଏହାର ପ୍ରତିକାର କ’ଣ ଜାଣିବା ପାଇଁ ଆପଣ ଏହି କେତୋଟି କଥାକୁ କାମରେ ଲଗାନ୍ତୁ।
-ଆପଣ ଆପଣଙ୍କ ମୋବାଇଲ ଫୋନ୍‍ କମ୍‍ ବ୍ରାଇଟନେସ୍‍ରେ ରଖନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ମୋବାଇଲରୁ କମ୍‍ ଚାର୍ଜ ସରିଥାଏ।
-ଭାଇବ୍ରେସନ୍‍ ମୋଡ଼ରେ ରଖିଲେ କମ୍‍ ଚାର୍ଜ ସରିଥାଏ ବୋଲି ଅନେକଙ୍କ ମନରେ ଧାରଣା ରହିଥାଏ କିନ୍ତୁ ବାସ୍ତବରେ ଏପରି ହୋଇନଥାଏ। ଏଣୁ ଭାଇବ୍ରେସନ୍‍ ପରିବର୍ତ୍ତେ ସ୍ଲୋ ରିଂ ଟୋନ୍‍ ମୋଡ଼ରେ ରଖନ୍ତୁ।
– ଜରୁରୀ କାମରେ କିମ୍ବା ଉଡ଼ାଜାହଜରେ ଥିଲେ ଫୋନ୍‍କୁ ଇନ୍‍ଆକ୍ଟିଭ୍‍ କିମ୍ବା ଫ୍ଲାଇଟ୍‍ ମୋଡ଼ରେ ରଖନ୍ତୁ ନାହିଁ ବରଂ ଫୋନଟିକୁ ସ୍ୱିଚ୍‍ଅଫ୍‍ କରିଦିଅନ୍ତୁ। ଏହା ଫଳରେ ଫୋନରୁ ଅଯଥାରେ ଚାର୍ଜ ନଷ୍ଟ ହୋଇନଥାଏ।
-ମୋବାଇଲ୍‍ ସ୍କ୍ରିନ୍‍ ଉପରେ ଅନାବଶ୍ୟକୀୟ ଆପ୍‍ ରଖନ୍ତୁ ନାହିଁ। ଯେଉଁ ଆପ୍‍ଗୁଡ଼ିକୁ ଆପଣ ବ୍ୟବହାର କରୁନାହାନ୍ତି ସେଗୁଡ଼ିକୁ ଅନ୍‍ଇନ୍‍ଷ୍ଟଲ୍‍ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଫୋନରେ ଅଧିକ ସମୟ ଚାର୍ଜ ରହିଥାଏ।
– ଏହା ସହ ଆପଣଙ୍କ ଫୋନକୁ ଆସୁଥିବା ନୋଟିଫିକେସନ୍‍ଗୁଡ଼ିକୁ ମିନିମାଇଜ୍‍ କରି ରଖନ୍ତୁ।
-ଇଣ୍ଟରନେଟ୍‍, ୱାଇଫାଇ, ଜିପିଏସ୍‍ ଆଦି ବ୍ୟବହାର କରୁନଥିବା ସମୟରେ ଏଗୁଡ଼ିକୁ ଖୋଲା ରଖନ୍ତୁ ନାହିଁ।
-ରାତିସାରା ଚାର୍ଜ ବସାଇଲେ ଏହା ଅଧିକ ସମୟ ଚାର୍ଜ ରଖିବ ବୋଲି ଭାବୁଛନ୍ତି କି? ବାସ୍ତବରେ ଏପରି ହୋଇନଥାଏ। ବରଂ ଏପରି କରିବା ଦ୍ୱାରା ମୋବାଇଲ୍‍ ବ୍ୟାଟେରୀର ଚାର୍ଜ ଧାରଣ କ୍ଷମତା କମିଯାଇଥାଏ।
-ବ୍ୟାକଲାଇଟ୍‍ ଓ ସ୍କ୍ରିନ୍‍ ଲାଇଟ କମ୍‍ ରଖିବା ସହ ଉତ୍ତାପରୁ ଫୋନକୁ ସବୁବେଳେ ଦୂରେଇ ରଖନ୍ତୁ। ଏପରିକି ସୂର୍ୟ୍ୟକିରଣରେ ମଧ୍ୟ ଫୋନ ରଖନ୍ତୁ ନାହିଁ। ନଚେତ୍‍ ଏହା ଚାର୍ଜ କ୍ଷୀଣ ହେବାର କାରଣ ହୋଇଥାଏ।

Launching Ceremony of “AYUSHMAN BHARAT

Comments are closed.