ବିକ୍ରି ପୂର୍ବରୁ ସରିଲା ବାରବାଟୀ ଟିକେଟ

ସମୟ ଲାଇଭ୍‍,୭/୧୨: ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ଶେଷ ହୋଇଛି । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।ପ୍ରଥମେ ୱେବସାଇଟ୍‍ ଖୋଲିନଥିଲା ଏବଂ ୱେବସାଇଟ୍‍ ଖୋଲିବା ମାତ୍ରେ ଟିକେଟ୍‍ ସୋଲ୍ଡ ଆଉଟ ନୋଟିସ୍‍ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି।
ଆସନ୍ତା ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଶେଷ ଦିନିକିଆ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଦୀର୍ଘ ୨ ବର୍ଷ ପରେ ବାରବାଟୀରେ ମ୍ୟାଚ୍ ହେଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଉଭୟ ଅନଲାଇନ ଓ ଅଫଲାଇନରେ କ୍ରିକେଟପ୍ରେମୀଙ୍କୁ ଟିକେଟ ଯୋଗାଇଦିଆଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଥିଲା । ୫ ଡିସେମ୍ବରରୁ ୧୫ ଡିସେମ୍ବର ପର୍ୟ୍ୟନ୍ତ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଏପରିକି ଅନଲାଇନରେ ସାଧାରଣ ଲୋକଙ୍କ ପାଇଁ ୮୧୫୦ଟି ଟିକେଟ ରହିଥିଲା ।

Comments are closed.