ଫିଲିଫିନ୍ସ: ବିଭିନ୍ନ ସମୟରେ ସୋସିଆଲ ମିଡିଆରେ କିଛି ନିଆରା ଓ ସ୍ୱତନ୍ତ୍ର କଳାର ଉଦାହରଣ ଦେଖିବାକୁ ମିଳିଥାଏ । ଏହି ସ୍ୱତନ୍ତ୍ର କଳାକାର ମାନେ ନିଜ କଳାକୁ ନେଇ ସର୍ବଦା ଭିନ୍ନଭିନ୍ନ ପରୀକ୍ଷଣ କରିଥାଆନ୍ତି ।
ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲିଫିନ୍ସର ଜଣେ କଳାକାର ମୃତ ଅସରପାକୁ ନିଜର କାନଭାସ ଭଳି ବ୍ୟବହାର କରିଛନ୍ତି । ନିଜ କାର୍ଯ୍ୟକ୍ଷେତ୍ରରେ ମୃତ ଅସରପାକୁ ଦେଖିବା ପରେ ତାଙ୍କ ମନକୁ ଏହି ଉପାୟ ଆସିଥିଲା । ଅସରପାର ପକ୍ଷୀ ତାଙ୍କୁ ବେଶ୍ ଆକର୍ଷଣୀୟ ଲାଗିଥିଲା ।
ତେଣୁ ସେ ଏହା ଉପରେ ଚିତ୍ର ଆଙ୍କିବାକୁ ଭାବିଥିଲେ । ଏହାକୁ କାର୍ଯ୍ୟରେ ମଧ୍ୟ କରିଥିଲେ । ପୂର୍ବରୁ ଜଣେ ମେକ୍ସିକାନ ଆର୍ଟିଷ୍ଟ ମଧ୍ୟ ଏଭଳି ପରୀକ୍ଷଣ କରିଥିଲେ । ତେବେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅସରପାଙ୍କ ଉପରେ ସେ ବିଭିନ୍ନ ଚିତ୍ର ଯଥା ସିନେରି, ମଣିଷ ମୁହଁ, ଫୁଲ, ଫଳ ଆଦି ଆଙ୍କିଛନ୍ତି ।

Comments are closed.