ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ

ଆଜିକାଲି ପେପ୍‌ଲମ୍‌ ଷ୍ଟାଇଲ୍‌କୁ ଯୁବତୀମାନେ ବେଶ୍‌ ପସନ୍ଦ କରୁଛନ୍ତି । ଏହା ମଧ୍ୟ ଟ୍ରାଡିସନାଲ ସହ େୱଷ୍ଟର୍ନ ଆଉଟଫିଟ୍‌ର ନୂଆ ଟ୍ରେଣ୍ଡ୍‌ ପାଲଟିଛି । ଯଦି ଆପଣ ନିଜର ମୋଟାପଣକୁ ଲୁଚାଇବା ଏବଂ ପରଫେକଫ ଫିଗର୍‌କୁ ଶୋ କରିବାକୁ ଚାହୁଁଥିଲେ ପେପଲମ୍‌ ଟ୍ରେଣ୍ଡ୍‌କୁ ଫଲୋ କରନ୍ତୁ ।

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ
ପେପଲମ୍‌ ଷ୍ଟାଇଲ୍‌ ଅପରୱିୟର େୱଷ୍ଟର୍ନ ପାଇଁ ପରଫେକଫ ହେବା ସହ ପାରମ୍ପରିକ ପରିଧାନ ଉପରେ ମଧ୍ୟ ଭଲ ମାନିଥାଏ । ମାର୍କେଟରେ ଏହା ଭିନ୍ନ ଭିନ୍ନ ପ୍ରକାରର ଆଉଟଫିଟ୍‌ ମିଳୁଛି ।

ପେପ୍‌ଲମ୍‌ ବ୍ଲାଉଜ୍‌-
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ

ଶାଢୀ ଲୁକ୍‌କୁ ନିଆରା କରିବାକୁ ଚାହୁଁଥିଲେ ସାଧା ବ୍ଲାଉଜ୍‌ ବଦଳରେ ପେପଲମ୍‌ ବ୍ଲାଉଜ୍‌ ଟ୍ରାଏ କରିପାରିବେ । େୱଡିଂ ପାର୍ଟିରେ ଏହାକୁ ପିନ୍ଧିପାରିବେ । ଏହା ଆପଣଙ୍କୁ ମଡର୍ନ ଲୁକ୍‌ ପ୍ରଦାନ କରିବ । ଏହାର ବିଶେଷତ୍ୱ ହେଉଛି ଯେ ଆପଣ ଶାଢୀ ସହ ଏହାକୁ କ୍ୟାରି କରିବା ସହ ଲେହେଙ୍ଗାରେ ମଧ୍ୟ ପେୟାର ଅପ୍‌ କରିପାରିବେ । ଟ୍ରାଡିସନାଲ ଆଉଟଫିଟ୍‌ରେ ପେପଲମ୍‌ ବ୍ଲାଉଜର ଲୁକ୍‌ ବହୁତ ଆକର୍ଷକ ଲାଗିଥାଏ ।

ପେପଲମ୍‌ କୁର୍ତ୍ତୀ-
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ

ଅଫିସର ଫର୍ମାଲ ଲୁକ୍‌ରୁ ଅଳ୍ପ ବହୁତ ଆଟ୍ରାକଫଟିଭ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ ପେପଲମ୍‌ କୁର୍ତ୍ତୀ ପିନ୍ଧନ୍ତୁ । ଏହାକୁ ନିତିଦିନିଆ ପୋଷାକରେ ଆପଣ ସାମିଲ କରିପାରିବେ । ଡେନିମ ଜିନ୍ସ ସହ ଏହାକୁ ପେୟାର ଅପ୍‌ କରିପାରିବେ । ନଚେତ୍‌ ବ୍ଲାକ ଏବଂ ବ୍ଲì ପ୍ୟାଣ୍ଟ ସହ କ୍ୟାରି କରିପାରିବେ ।

ପେପଲମ୍‌ ଟପ୍‌-
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ
ବିବାହ ସମାରୋହ ହେଉ କି କୌଣସି ପର୍ବପର୍ବାଣୀରେ ଆପଣ ପାରମ୍ପରିକ ଲୁକ୍‌ ଚାହୁଁଥିଲେ ପେପଲମ୍‌ ଟପ୍‌ ପିନ୍ଧିପାରିବେ । ଏହାକୁ ଆପଣ ଲେହେଙ୍ଗା, ଲଙ୍ଗ୍‌ ସ୍କର୍ଟ କିମ୍ବା ସାରାରାରେ ଟ୍ରାଏ କରିପାରିବେ । ଧୋତି ପ୍ୟାଣ୍ଟକୁ ମ୍ୟାଚିଂ କରି ପେପଲମ୍‌ ଟପ୍‌ ପିନ୍ଧିପାରିବେ । ଏହାସହ ମ୍ୟାଚିଂ ଜୁଏଲାରୀ, ହାଇ ହିଲ୍‌ ବହୁତ ଭଲ ମାନିଥାଏ । ସାରାରା ସୁଟ୍‌ରେ ଆପଣ ପେପଲମ୍‌ ଷ୍ଟାଇଲ କରୁଥିଲେ, ହେଭି ୱାର୍କର ଓଢଣୀ ମଧ୍ୟ ପକାଇପାରିବେ । ଏହା ଆପଣଙ୍କ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବ ।

ପେପଲମ୍‌ ଗାଉନ୍‌-
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ
କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଐଶ୍ୱର୍ଯ୍ୟାଙ୍କ ପେପଲମ୍‌ ଗାଉନ ବହୁତ ଆକର୍ଷଣୀୟ ହୋଇଥିଲା । ଆପଣ ବି ସେଲିବ୍ରେଟିଙ୍କ ପରି ପାର୍ଟି କିମ୍ବା ଫଙ୍କସନ୍‌ରେ ପେପଲମ୍‌ ଗାଉନ ପିନ୍ଧିପାରିବେ । ଧ୍ୟାନ ରଖନ୍ତୁ ଏଥିରେ ଆପଣ ମିନିମାଲ୍‌ ଆସେସୋରିଜ୍‌ ପିନ୍ଧିବେ ।

ପେପଲମ୍‌ ଜ୍ୟାକେଟ୍‌-
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ
ଏବେ ତ ଶୀତ ଆରମ୍ଭ ହୋଇଗଲାଣି । ମାର୍କେଟରେ ବିଭିନ୍ନ ପ୍ରକାରର ସେ୍ୱଟର ଏବଂ ଜ୍ୟାକେଟ୍‌ ମିଳୁଛି । କିନ୍ତୁ ଚଳିତ ବର୍ଷ ଆପଣ ବୋରିଂ ସେ୍ୱଟର ପିନ୍ଧିବା ପରିବର୍ତ୍ତେ କିଛି ନୂଆ ଟ୍ରାଏ କରନ୍ତୁ । ଜ୍ୟାକେଟରେ ପେପଲମ୍‌ ଷ୍ଟାଇଲକୁ ଚୟନ କରନ୍ତୁ । ଟପ୍‌, କୁର୍ତ୍ତୀ, ସ୍କର୍ଟ କିମ୍ବା ଜିନ୍ସରେ ପେପଲମ୍‌ ଜ୍ୟାକେଟ ପିନ୍ଧିପାରିବେ । ୱିଣ୍ଟରରେ ଆପଣ ୱାର୍ମ ଓ କମ୍ପଟେବୁଲ୍‌ ଲୁକ୍‌ ପାଇପାରିବେ । ଏପରିକି ପେପଲମ୍‌ ଜ୍ୟାକେଟରେ ମୋନୋକ୍ରୋମାଟିକ ଲୁକ୍‌ ଦେଇପାରିବେ ।

ପେପଲମ୍‌ ଡ୍ରେସ୍‌-
ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ
ଫ୍ୟାଶନରେ ପେପଲମ୍‌ ଡ୍ରେସ୍‌ କ୍ଲାସି ଲୁକ୍‌ ଦେଇଥାଏ । ତେଣୁ ଷ୍ଟନିଂ ଲୁକ୍‌ ଚାହୁଁଥିଲେ ସିଙ୍ଗଲ୍‌ କଲର୍‌ର ପେପଲମ୍‌ ଡ୍ରେସ ଚୟନ କରନ୍ତୁ । ଏହି ଆଉଟ୍‌ଫିଟ୍‌ ଟ୍ରାଏ କରୁଥିଲେ କେଶର ଷ୍ଟାଇଲକୁ ମଧ୍ୟ ଧ୍ୟାନରେ ରଖନ୍ତୁ ।

Govt

Comments are closed.