କର୍କଟ ଚିକିତ୍ସାକୁ ନେଇ ନୂଆ ଖବର, ଏଲିଅନ୍ଙ୍କ ପାଖରେ ରହିଛି ଫର୍ମୁଲା !
ବ୍ରିଟେନ୍ ବୈଜ୍ଞାନିକଙ୍କ ଦାବି, ଏଲିଅନ୍ କରିପାରିବେ କର୍କଟ ଚିକିତ୍ସା ।
ଦିଲ୍ଲୀ: ୨୯/୩: ଏଲିଅନ୍ ବାସ୍ତବରେ ଅଛନ୍ତି କି, ନାହିଁ ତାହାର କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । କି;ୁ ସମସ୍ତେ ନିଶ୍ଚିତ ଯେ ଦିନେ ଏହା ସ୍ପଷ୍ଟ ହୋଇଯିବ । ଯେଉଁ ଦିନ ଏଲିଅନ୍ର ବାସ୍ତବତା ଉପରେ ଜଣା ପଡିବ, ଅନେକ ଭୁଲ ଧାରଣା ମଧ୍ୟ ହଟିଯିବ । ପ୍ରାୟ ସମସ୍ତ ବିଶ୍ୱାସ କରିଥାନ୍ତି ଯେ, ଏଲିଅନ୍ମାନେ ମଣିଷ ଅପେକ୍ଷା ଅଧିକ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରନ୍ତି । ସେହି ପରିପ୍ରେକ୍ଷୀରେ ଏବେ ଏଲିଅନ୍ଙ୍କ ବିଷୟରେ ଆଉ ଏକ ନୂତନ ଦାବି ବଢ଼ାଯାଇଛି ।

କେତେକ ଏଲିଅନ୍ ବିଶ୍ୱାସୀ କହିଛନ୍ତି ଯେ, ଏଲିଅନ୍ଙ୍କ ପାଖରେ କର୍କଟ ରୋଗର ଉପଶମ ରହିଛି । ସେମାନେ ମହାକାଶରେ କର୍କଟ ରୋଗର ଉପଶମ ପାଇଛନ୍ତି । ଏହି ଲୋକଙ୍କ ଅନୁଯାୟୀ, ପୃଥିବୀରେ ଥିବା ମାଧ୍ୟାକର୍ଷଣ ହେତୁ କେତେକ ଜଟିଳ ପ୍ରୋଟିନ୍ ସଠିକ୍ ଭାବରେ କାର୍ଯ୍ୟକାରି ହୋଇପାରେ ନାହିଁ । କର୍କଟ ରୋଗର ଚିକିତ୍ସାରେ ସେହି ପ୍ରୋଟିନ୍ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯେହେତୁ ପୃଥିବୀରେ ମାଧ୍ୟାକର୍ଷଣ ବହୁତ ଅଧିକ, ଏହି କାରଣରୁ ପୃଥିବୀରେ କେତେକ ଜଟିଳ ପ୍ରୋଟିନ୍କୁ ନେଇ ପରୀକ୍ଷଣ ବିଫଳ ହୋଇଥାଏ । ଏହି କାରଣରୁ ପୃଥିବୀରେ କର୍କଟ ରୋଗର ସଠିକ୍ ଚିକିତ୍ସା ଉପଲବ୍ଧ ହୋଇପାରେ ନାହିଁ ।

ଅନ୍ୟପକ୍ଷରେ ଏଲିଅନ୍ ବିଶ୍ୱାସୀ ବୈଜ୍ଞାନିକଙ୍କ ଅନୁଯାୟୀ, ମାଧ୍ୟାକର୍ଷଣ ମୁକ୍ତ ବାହ୍ୟ ସ୍ଥାନରେ କର୍କଟ ଚିକିତ୍ସା ପରୀକ୍ଷଣ ସଫଳ ହୋଇପାରିବ । ପୃଥିବୀର କେତେକ ଖରାପ ଜଳବାୟୁ ଓ ମାଧ୍ୟାକର୍ଷଣ ହେତୁ ଏଠାରେ ଚିକିତ୍ସାର ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ, ଏହି ବୈଜ୍ଞାନିକମାନେ ନିଶ୍ଚିତ ଯେ ଯଦି ଏଲିଅନ୍ମାନେ ମହାକାଶରେ ଏହି ପରୀକ୍ଷଣ କରିଛନ୍ତି, ତେବେ ଏହାର ଅର୍ଥ ହେଉଛି ସେମାନଙ୍କର କର୍କଟ ରୋଗର ଉପଶମ ରହିଛି । ତେବେ ଏନେଇ ମହାକାଶରେ ଅନେକ ଗବେଷଣା ଆରମ୍ଭ ଏବେ ଚାଳିଛି । ମେଡିକାଲ୍ କମ୍ପାନୀ ‘ସ୍ପେସ୍ ଫାର୍ମ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୟୋସି ୟାମିନ୍ କହିଛନ୍ତି ଯେ, ଗତ ଚାରି ବର୍ଷ ଧରି ମହାକାଶରେ ଅନେକ ଡାକ୍ତରୀ ପରୀକ୍ଷା ଚାଲିଛି । ଏଥିପାଇଁ ସମସ୍ତ ସାମଗ୍ରୀ ବଡ ବାକ୍ସରେ ମହାକାଶକୁ ପଠାଯାଏ । ସେଗୁଡିକ ‘ସ୍ପେସ୍ ଏକ୍ସ’ ରକେଟ୍ ମାଧ୍ୟମରେ ପଠାଯାଏ । ଇସ୍ରାଏଲ୍ ମଧ୍ୟ ଅନେକ ସ୍ପେସ୍ ପରୀକ୍ଷଣ କରୁଛି । ଇସ୍ରାଏଲ ବୈଜ୍ଞାନିକଙ୍କ ମତରେ, ମାଧ୍ୟାକର୍ଷଣ କର୍କଟର ତନ୍ତୁକୋଷ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ କର୍କଟ ରୋଗର କୌଣସି ଉପଶମ ହୋଇପାରେ ନାହିଁ ।

Comments are closed.