ଡାଇମଣ୍ଡ୍ ଓ ସୁନା ଭଳି ପର୍ଲର ଚାହିଦା ମଧ୍ୟ ଖୁବ ବେଶି । ବର୍ତ୍ତମାନ ଫ୍ୟାଶନରେ ଯୁବ ପିଢିଙ୍କର ପର୍ଲ ଜୁଏଲାରୀ ପ୍ରତି ଦୁର୍ବଳତା ବଢିଥିବା ଦେଖିବାକୁ ମିଳିଛି । ତେବେ ପର୍ଲର ଇତିହାସ ସମ୍ପର୍କରେ ସେଭଳି କିଛି ସଠିକ ତଥ୍ୟ ନାହିଁ । ଏହା ବହୁ ପୁରାତନ ହୋଇଥିବାରୁ ଏହା କେବେ ଓ କିଭଳି ସୃଷ୍ଟି ହେଲା ତାହା କହିବା ସମ୍ଭବ ନୁହେଁ । ଚୀନରେ ଏହା ପାଖାପାଖି ୨୩୦୦ ବିସିରୁ ଉପହାର ସାମଗ୍ରୀ ଭାବେ ବ୍ୟବହାର ହୋଇ ଆସୁଛି । ସେହିଭଳି ରୋମରେ ଏହାକୁ ଷ୍ଟାଟସର ସିମ୍ବଲ ଭାବେ ବ୍ୟବହାର କରାଯାଇଥାଏ । ତେବେ ଏହି ପର୍ଲର ଦୁଇ ପ୍ରକାର ରହିଥାଏ ନ୍ୟାଚୁରାଲ ପର୍ଲ ବା ପ୍ରାକୃତିକ ଏବଂ ଅନ୍ୟଟି ହେଲା କଲcରଡ ପର୍ଲ, ଯାହାକୁ ଚାଷ କରାଯାଇଥାଏ । ଏହି ଦୁଇଟି ଯାକର ନିର୍ମାଣ ପ୍ରକ୍ରିୟା ସମାନ । ଅୟେଷ୍ଟର ନାମକ ଏକ ଜୀବରୁ ପର୍ଲ ବା ମୋତିକୁ ପ୍ରସ୍ତୁତ କରାଯାଇଥାଏ । ଏହି ପର୍ଲ ଗୁଡିକ ଭିନ୍ନଭିନ୍ନ ସମୁଦ୍ରରେ ଅଲଗା ଅଲଗା ସ୍ଥାନରେ ମିଳିଥାଏ । କେବଳ ସମୁଦ୍ର ନୁହେଁ ଚୀନରେ ପର୍ଲ ହ୍ରଦ ଏବଂ ନଦୀରେ ମଧ୍ୟ ମିଳିଥାଏ । ସେହିଭଳି ପର୍ଲର ବିଭିନ୍ନ ରଙ୍ଗ ରହିଥାଏ ଧଳା, କଳା, ଗୋଲେïନ୍ ଆଦି । ବର୍ତ୍ତମାନ ବାହାଘର ହେଉ କିମ୍ବା କୌଣସି ଫଙ୍କସନ୍ ଏଥିରେ ପର୍ଲ ଜୁଏଲାରୀର ଡିମାଣ୍ଡ୍ ବଢିଛି । ଝିଅମାନେ ଏହାର ନେକଲେସ ଓ ଇୟର ରିଂ ସେଟକୁ ବେଶି ପସନ୍ଦ କରୁଛନ୍ତି । ପର୍ଲ ସେଟର ଡିଜାଇନ ସବୁବେଳେୟୁନିକ୍ ହୋଇଥାଏ । ଏହା ଦେଖିବାକୁ ଖୁବ ସାଦାସିଧା କିନ୍ତୁ ବେଶ ସୁନ୍ଦର । ଏହି ଜୁଏଲାରୀ ବର୍ତ୍ତମାନ କଲେଜ ଗୋଇଂ ଝିଅଙ୍କର ପ୍ରଥମ ପସନ୍ଦ ପାଲଟିଛି ।

Comments are closed.