ବୁର୍ଲା ମେଡିକାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ବୁର୍ଲା : ଭିମସାର ମେଡିକାଲରେ ଅଘଟଣ । ମେଡିକାଲ ଚତୁର୍ଥ ମହଲାରୁ ଡେଇଁ ରୋଗୀ ଗୁରୁତର । ଗତକାଲି ଯୁବକ ଜଣକ କୌଣସି କାରଣରୁ ଘରେ ନିଜ ତଣ୍ଟି କାଟିଦେଇ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ପ୍ରଥମେ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଭୋର ସକାଳୁ ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲେ । ଭିମସାର କାଜୁଆଲଟିରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଇଏନଟି ବିଭାଗରେ ଭର୍ତ୍ତି କରାଯାଇଥିଲା ।

ସୂଚନାନୁସାରେ,ମଙ୍ଗଳବାର ରାତିରେ ଭାଟିଗାଓଁର ସୁବୀର ସରିଦାର ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଭୋର ସକାଳୁ ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ଭିମସାର କାଜୁଆଲଟିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଇଏନଟି ବିଭାଗରେ ଭର୍ତ୍ତି କରାଯାଇଥିଲା । ଦିନ ସାଢେ ୧୧ଟାରେ ଅସ୍ତ୍ରୋପଚାର କକ୍ଷ ସମ୍ମୁଖରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା। ସେଠାରୁ ସେ କୌଶଳ କ୍ରମେ ଖସିଯାଇ ପ୍ରଥମ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁଣି ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ରୋଗୀଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ଏଭଲି କରିଥିବା କୁହାଯାଉଛି।

Govt
Leave A Reply

Your email address will not be published.