ଭୁବନେଶ୍ୱର: ମାର୍ଚ୍ଚ ୨୯: ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ତେବେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାରେ ୭୫୮ ଜଣ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ୨୦୦ ଅଫିସିଆଲ୍ ଓ ୧୫୦ ଜଣ ସ୍ୱେଚ୍ଛାସେବୀ ଖେଳ ପରିଚାଳନା କରୁଛନ୍ତି । ତେବେ ଆସନ୍ତା ୩୧ ତାରିଖ ଯାଏଁ ଏହି ପ୍ରତିଯୋଗିତା ତାଲିବା ନେଇ ସୂଚନା ରହିଛି । ତେବେ ଏହି ଉଦ୍ଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ନବର୍ନିବାଚିତ ଭୁବନେଶ୍ୱର ମେୟର ସୁଲଚନା ଦାସ, ଅର୍ଜୁନ ଆୱାଡ଼ି ଦୀପା ମଲ୍ଲିକ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗଦେଇଥିଲେ ।

Comments are closed.