ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବାନାଞ୍ଚଳର ଦିନକୁ ଦିନ ହାତୀ ଉପଦ୍ରବରେ ଏଠାକାର ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । କେଉଁଠି ହାତୀ ଘର ଭାଙ୍ଗି ଧାନ ଖାଇଯାଉଛି ତ’ ଆଉ କେଉଁଠି ହାତୀ ମଣିଷ ଲଢ଼େଇ ଚାଲିଛି । ଏବେ ଏଇ ଅଞ୍ଚଳରେ ଏହା ନିତ୍ୟନୈମିତିକ ଘଟଣା । ବିଭିନ୍ନ ଗାଁରେ ଏବେ ହାତୀ ଉପଦ୍ରବ ବଢୁଥିବା ଦେଖିବାକୁ ମିଳୁଛି ।
ଦୁଇଦିନ ତଳେ ନାକଟିଦେଉଳ ବ୍ଲକ୍ ସାହେବୀ ଗାଁରେ ସେଇ ଦନ୍ତା ହାତୀଟି ଜନୈକ ବ୍ୟକ୍ତିଙ୍କର ଘର ଭାଙ୍ଗି ଧାନ ଫସଲ ଖାଇ ଯାଇଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରୀରେ କେଲୋବେର୍ଣ୍ଣି ଗ୍ରାମରେ ପଶି ଦନ୍ତା ହାତୀ ଗ୍ରାମର ରଘୁନାଥ ଧଳଙ୍କ ଘର ଭାଙ୍ଗି ଦେଇଛି । ବିଳମ୍ବିତ ରାତିରେ ରଘୁନାଥ ଧଳଙ୍କ ଘରର ଆଜବେଷ୍ଟେସ୍ ଏବଂ କାନ୍ଥ ଭାଙ୍ଗୁଦେଇଥିଲା । ଘର ଭିତରେ କେବଳ ରଘନାଥଙ୍କ ବୃଦ୍ଧ ଶାଶୂ ଶ୍ୱଶୁର ଏବଂ ଛୋଟ ପିଲା ଜଣେ ଶୋଇଥିଲେ । ହାତୀ ଘର ଭାଙ୍ଗୁ ଥିବାରୁ ଭୟରେ ବୃଦ୍ଧ ଦମ୍ପତି ଏବଂ ଛୋଟ ପିଲା ଜଣକ ଘର ଭିତରେ ଜୀବନ ବଞ୍ଚାଇ ରହିଯାଇଥିଲେ । ରଘୁଙ୍କ ପଡ଼ୋଶୀ ଘର ଲୋକେ ହାତୀଟିକୁ ଦେଖି ପାଟିତୁଣ୍ଡ କରିବାରୁ ଗାଁ ଲୋକମାନେ ସେଠାରେ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ, ହେଲେ ଘଉଡ଼ାଇବାରେ ବିଫଳ ହୋଇଥିଲେ ।
ବନବିଭାଗକୁ ଗ୍ରାମବାସୀ ଖବର ଦେବାରୁ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ବାଣ ଫୁୁଟାଇ ହାତୀଟିକୁ ଜଙ୍ଗଲ ଆଡକୁ ଘଉଡାଇ ଦେଇଥିଲେ । ଏହି ହାତୀଟିକୁ ବନବିଭାଗ ଅନ୍ୟତ୍ର ଘଉଡାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
Comments are closed.