ୟୁକ୍ରେନ୍ର ‘ୱାର୍ ଜୋନ୍’ରେ ଫସିଥିବା ପାକ୍ଛାତ୍ରୀଙ୍କୁ ଉଦ୍ଧାର କଲା ଭାରତ: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଲେ ଛାତ୍ରୀ
କିବ୍: ମାର୍ଚ୍ଚ ୦୯: ୟୁକ୍ରେନ୍ର ଏକ ୱାର୍ ଜୋନ୍ରେ ଫସିଥିଥିବା ଜଣେ ପାକିସ୍ତାନୀ ଛାତ୍ରୀଙ୍କୁ କିବ୍ର ଭାରତୀୟ ଦୂତାବାସ ଉଦ୍ଧାର କରିଛନ୍ତି । ଏହାପରେ ଉଦ୍ଧାର ଛାତ୍ରୀ ଜଣଙ୍କ କୃତଜ୍ଞତା ଜଣାଇବା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଇ ଏକ ଭିଡିଓ ଜାରି କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ରହିଛି ।
India rescues Pakistani student stranded in Ukraine
Read @ANI Story | https://t.co/PRTKdtRAhj#Ukraine️ #RescueOperation #studentsinukraine pic.twitter.com/0w7b7KiUvM
— ANI Digital (@ani_digital) March 9, 2022
ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଗୋଟାଏ ଭିଡିଓରେ ସେ କହିଛନ୍ତି, ଅତି ଜଟିଳ ପରସ୍ଥିତିରେ ମୁଁ ପଡ଼ିଯାଇଥିବା ବେଳେ ଆମକୁ ଉଦ୍ଧାର କରି ଏତେ ବାଟ ଆଣିଥିବା କିବ୍ ସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଉଛି । ଆମକୁ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଭାରତୀୟ ଦୂତାବାସ କାରଣରୁ ନିରାପଦରେ ସ୍ୱଦେଶ ବାହୁଡ଼ି ଯିବୁ ବୋଲି ଆଶା ରହିଛି ।
ସୂଚନା ଅନୁସାରେ, ଭାରତୀୟ ଦୂତାବାସ କର୍ତ୍ତୃପକ୍ଷମାନଙ୍କଦ୍ୱାରା ଉଦ୍ଧାର ହୋଇଥିବା ପାକିସ୍ତାନୀ ଛାତ୍ରୀ ଜଣକ ହେଲେ ଆଶ୍ମା ଶଫିକ୍ । ସେ ଏବେ ପଶ୍ଚିମ ୟୁକ୍ରେନ୍ ଅଭିମୁଖେ ଯାଉଛନ୍ତି । ସେଠାରୁ ସେ ୟୁକ୍ରେନ୍ ବାହାରକୁ ସ୍ଥାନାନ୍ତର କରିବେ ଓ ପରିବାରକୁ ଫେରିବେ ।
ତେବେ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଭାରତ ପାଇଁ ଏଇଟା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଭାରତ ଜଣେ ବାଲାଂଦେଶୀ ଓ ଜଣେ ନେପାଳୀ ନାଗରିକଙ୍କୁ ଉଦ୍ଧାର କରିସାରିଛି । ସେମାନେ ‘ଅପରେସନ୍ ଗଙ୍ଗା’ ବ୍ୟବସ୍ଥାରେ ଚଳାଚଳ କରୁଥିବା ଭାରତୀୟ ବିମାନରେ ୟୁକ୍ରେନ୍ରୁ ଫେରିଥିଲେ ।

Comments are closed.