ଅଯୋଧ୍ୟା ରାୟ ପରେ ବିଚଳିତ ହେଲା ପାକିସ୍ତାନ

ସମୟ ଲାଇଭ,୯/୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ ପାକିସ୍ତାନ ପୁଣିଥରେ ବିଚଳିତ ହୋଇଛି। ରେଡିଓ ପାକିସ୍ତାନରେ ଲଗାତାର ଭାବରେ ଅଯୋଧ୍ୟା ମାମଲାକୁ ନେଇ ବୁଲେଟିନ୍ ଜାରି ରହିଛି। ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ସୁପ୍ରିମକୋର୍ଟ ଦେଇଥିବା ରାୟର ଟାଇମିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁ ଦିନ କରତାରପୁର କରିଡର ଉଦଘାଟନ ହୋଇଛି, ସେହି ଦିନ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ଏଭଳି ଖୁସିର ମୁହୁର୍ତ୍ତରେ ଏକ ସମ୍ବେଦନହୀନ ରାୟ ଖୁବ୍ ଦୁଃଖ ଦେଇଛି। ରେଡିଓ ପାକିସ୍ତାନ ଏହି ସମ୍ବାଦ ମଧ୍ୟ ପରିବେଷଣ କରୁଛି ଯେ, ପାକିସ୍ତାନ କରତାରପୁରକୁ ଆସୁଥିବା ଲୋକଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ଦେଇଛି, କିନ୍ତୁ ଭାରତ ନିଜ ଦେଶରେ ସଂଖ୍ୟାଲଘୁଙ୍କୁ ଦବାଇ ରଖିବାକୁ ଚେଷ୍ଟା କରୁଛି। କେବଳ ରେଡିଓ ପାକିସ୍ତାନ ନୁହେଁ, ବଂର ପାକିସ୍ତାନର ବହୁ ନେତା ମଧ୍ୟ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.