ଆତଙ୍କୀ ମାସୁଦକୁ ଲୁଚି ଲୁଚି ଖୋଜୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତରେ ଏକାଧିକ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌, ଜେଇଏମ୍‌ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ଏବେ କେଉଁଠି ? ମାସୁଦ ପାକିସ୍ତାନରେ ଥିବା ନେଇ ଦୀର୍ଘ ଦିନ ଧରି ଭାରତର ବାରମ୍ବାର ଦାବି କରି ଆସୁଛି । ଏ ସଂକ୍ରାନ୍ତରେ ବହୁ ପ୍ରମାଣ ପରେ ବି, ଇସଲାମାବାଦରୁ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି ଆତଙ୍କୀ ମାସୁଦ୍‌ ଆଝାରକୁ ଧରିବାକୁ ଆଫଗାନ୍‌ ସରକାରଙ୍କୁ ଚିଠି ଲେଖିଛି ପାକିସ୍ତାନ । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଏଇ ସୂଚନା ମିଳିଛି ।
ତାଲିବାନ୍‌ କ୍ଷମତାକୁ ଆସିବା ପରଠାରୁ ମାସୁଦ୍‌ ଆଫଗରନିସ୍ତାନ ପଳାଇଛି । ଏବେ ସେ ଆଫଗାନିସ୍ତାନର ନଙ୍ଗରହର୍‌ କିମ୍ବା କୁନୁରରେ ଥିବା ଅନୁମାନ କରି ତାକୁ ଠାବ କରି ଗିରଫ ପାଇଁ ଆଫଗାନିସ୍ତାନକୁ କହିଛି ପାକିସ୍ତାନ । କୁହାଯାଉଛି ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କଫୋର୍ସ ଏଅଗଫଏ ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ପାକିସ୍ତାନ ବାଧ୍ୟ ହୋଇ ଏପରି ଉଦ୍ୟମ କରିଛି । କାରଣ ପାକିସ୍ତାନର ପ୍ରରୋଚନା ଓ ଶରଣରେ ମାସୁଦ୍‌ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଇସ୍ଲାମାବାଦ୍‌ ବିରୋଧରେ ଏଫ୍‌ଏଟିଏଫର କଟକଣା ବଳବତ୍ତର ରହିଛି ।
ତେଣୁ ଏବେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଚରମ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଅନ୍ୟ ଉପାୟ ନପାଇ ଏଫ୍‌ଏଟିଏଫର ଗ୍ରେ ଲିଷ୍ଟରୁ ବର୍ତ୍ତିବାକୁ ଏଭଳି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ଭାରତରେ ସଂସଦ ଭବନ ଆକ୍ରମଣଠୁ ନେଇ, ମୁମ୍ବାଇ ବିସ୍ପୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ ।

Govt

Comments are closed.