ଇସଲାମାବାଦ: ଫସିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ଇମ୍ରାନଙ୍କ ନାମରେ ରୁଜୁ ହୋଇଛି ସଙ୍ଗିନ ମାମଲା । ଆତଙ୍କବାଦ ନିରୋଧୀ ଆଇନ (ଏଟିଏ) ଅନୁଯାୟୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏତଲା ଦାୟର ହୋଇଛି । ଇସଲାମାବାଦରେ ଏକ ରାଲିରେ ଭାଷଣ ଦେଲା ବେଳେ ଇମ୍ରାନ ଜଣେ ବିଚାରପତି ଏବଂ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗର ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଏହାପୂର୍ବରୁ ପାକିସ୍ତାନର ବୈଦ୍ୟୁତିକ ଗଣମାଦ୍ୟମ ‘ୱାଚଡଗ୍ ’ ଇମ୍ରାନଙ୍କ ଲାଇଭ ଭାଷଣକୁ ପ୍ରସାରଣ ବନ୍ଦ କରିଥିଲା । ଇମ୍ରାନ ରାଷ୍ଟ୍ରୀୟ ଅନୁଷ୍ଠାନକୁ ଖୋଲା ଧମକ ଦେଇଥିବାରୁ ଏହି ଚାନେଲ ତାଙ୍କ ଭାଷଣ ପ୍ରସାରଣ ବନ୍ଦ କରିଥିଲା । ଏଥିସହ ଉକ୍ତ ଜନସଭାରେ ଇମ୍ରାନ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ।
ପାକିସ୍ତାନ ବୈଦ୍ୟୁତିକ ମିଡିଆ ନିୟାମକ ପ୍ରାଧିକରଣ କହିଛି ଯେ, ଇମ୍ରାନଙ୍କ ଭାଷଣ ଯାଞ୍ଚ ହେବା ପରେ ତାଙ୍କ ରେକର୍ଡ଼ ଭାଷଣ ପ୍ରସାରଣ କରାଯିବ । ଇସଲାମବାଦରେ ଇମ୍ରାନ ଭାଷଣ ଦେଉଥିଲା ବେଳେ ଶନିବାର ଦେଶର ପୁଲିସ ଉପରେ ବର୍ଷିଥିଲେ । ଏମିତି କି ଟପ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଧମକ ଦେଇଥିଲେ । ସେହିପରି ଜଣେ ମହିଳା ବିଚାରପତି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଏତଲା ପାଇଁ ସେ ଧମକ ଦେଇଥିଲେ ।
Comments are closed.