ଔପଦା ଅଚଂଳରୁ ହରିଣ ଉଦ୍ଧାର

ସମୟ  ଲାଇଭ,8/4(ହରିଶ ଚନ୍ଦ୍ର ସ):ମହାମାରୀ କରୋନା ପାଇଁ ଲକଡାଉନରେ ଲୋକମାନେ ଘରେ ରହୁଥିବା ବେଳେ ଜଙ୍ଗଲି ଜୀବ ଜନ୍ତୁ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଆସୁଛନ୍ତି। ଏମିତି ଏକ ଘଟଣା ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ନରଣପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଣ୍ଡିରା ହରିଣ। ହରିଣଟି ଶୋଳ ଭଉଣୀ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସିଥିଲା ବେଳେ ସକାଳ ହେଇଯିବାରୁ ହରିଣଟି ବାଟ ହୁଡି ଯାଇଥିଲା। ବୁଲା କୁକୁର ମାନେ ଗୋଡାଇବାରୁ ହରିଣଟି ଭୟରେ ନରଣପୁର ଗାଁ ଭିତରକୁ ପଶି ଆସିଥିଲା। ଗ୍ରାମବାସୀ କୁକୁର କବାଳରୁ ଉଦ୍ଧାର କରି କୁପାରୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ହରିଣଟିକୁ ଉଦ୍ଧାର କରି ଡାକ୍ତରି ପରିକ୍ଷା କରାଇ କୁଲଡିହା ଅଭୟାରଣ୍ୟରେ ଛାଡିଦେଇଥିବେ ଜଣାପଡିଛି। ହରିଣଟିକୁ ଦେଖିବାକୁ ପ୍ରବଳ ଜନଗହଳି ହୋଇଥିଲା।

Govt

Comments are closed.