ରିଲିଫ ଫଣ୍ଡକୁ ଦାନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା 

ସମୟ ଲାଇଭ,8/4: ହାମାରୀ କରୋନା ସମାଜ ର ଆର୍ଥିକ ସ୍ଥିତି କୁ ଦୋହଲାଇ ଦେଉଛି । ଦିନକୁ ଦିନ ଓଡ଼ିଶା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବା ରେ ଲାଗିଛି ।ଲକଡାଉନ ଯୋଗୁଁ ଦିନ ମଜୁରିଆ ଓ ଅସହାୟ ଲୋକ ଙ୍କ ଅବସ୍ଥା ବେହାଲ ।ସମାଜ ର ଏଭଳି ଦୁର୍ଦ୍ଦଶା ସମୟରେ ପତି ପତ୍ନୀ ମାନବ ପଣିଆ ର ପରିଚୟ ଦେଇ ସ୍ଥାନୀୟ ଅଂଚଳ ବାସୀ ଓ ସାମ୍ବାଦିକ ମହଲରେ ପ୍ରେରଣା ପାଲଟି ଛନ୍ତି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଅଂଚଳର ବିଶିଷ୍ଟ ସମାଜସେବୀ ସାମ୍ବାଦିକ ହରିଶ ଚନ୍ଦ୍ର ସ ଓ ତାଙ୍କ ପତ୍ନୀ ଏସିବି ର ଅବସର ପ୍ରାପ୍ତ ଷ୍ଟାଫ ନର୍ସ ଜୟନ୍ତୀ ରାଣୀ ପାଢ଼ୀ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୧ ହଜାର ଏକଶହ ୧୧ଟଙ୍କା ସିମୁଳିଆ ତହସିଲଦାର ରବିନାରାୟଣ ସାହୁଙ୍କୁ ,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୧ ହଜାର ଏକ ଶହ୧୧ ଟଙ୍କା ସିମୁଳିଆ ବିଡ଼ିଓ ଡକ୍ଟର ନରହରି ବେହେରା ଓ ସମାଜ ରିଲିଫ ପାଣ୍ଠି କୁ ୨ହଜାର ଦୁଇଶହ ୨୨ ଟଙ୍କା ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହାରାଙ୍କ ମାଧ୍ୟମରେ ସମୁଦାୟ ୨୪ ହଜାର ୪ ଶହ ୪୪ ଟଙ୍କା ପ୍ରଦାନ କରିଛନ୍ତି ।ପତି ପତ୍ନୀ ଙ୍କ ର ଏଭଳି ମହନୀୟତା କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳ ଓ ପ୍ରଶାସନ ତରଫରୁ ଉଭୟ ଙ୍କୁ ଭୁୟୀଅସି ପ୍ରଶଂସା କରିଛନ୍ତି।

Comments are closed.