ଭାଗ୍ୟ ବଦଳାଇଦେଲା ଅନଲାଇନ ଗେମ

ଯାଜପୁର : ଅନ ଲାଇନ ଖେଳ କାହାର ସର୍ବନାଶ କରୁଛି ତ କାହାର ହେଛି ପୁଷ ମାସ ଇ ଅନ ଲାଇନ ଖେଳରେ ଟଙ୍କା ଲଗାଇ ଅନେକ ଶିକ୍ଷିତ ଯୁବକ ଯୁବତୀ ଆତ୍ମହତ୍ୟା ର ପନ୍ଥା ବାଛି ନେଉଥିବାବେଳେ,କେହି କେହି ଅନ ଲାଇନ ଖେଳି ହେଉଛନ୍ତି ଆତ୍ମନିର୍ଭରଶୀଳ । କିଛି ଦିନ ପୂର୍ବରୁ କେନ୍ଦୁଝରରେ ଜଣେ ଦିନ ମଜୁରିଆ ଯୁବକ ଅନ ଲାଇନ ଖେଳି କୋଟିପତି ବନିଥିବା ଖବର ସାମ୍ନାକୁ ଆସିଥିଲା । ସେହିପରି ଯାଜପୁରରୁ ଜଣେ ମାତ୍ର ୪ ଦିନ ଅନଲାଇନ ଖେଳରେ ୪୯ ଟଙ୍କା ବାଜି ଲଗାଇ ବନି ପାରିଛନ୍ତି କୋଟିପତି । ଖାଲି ସେତିକି ନୁହେଁ ୪୯ ଟଙ୍କାରୁ ସେ ରୋଜଗାର କରିଛନ୍ତି ୩ କୋଟି ଟଙ୍କା ସହିତ ଏକ ମହିନ୍ଦ୍ର ଥାର ଗାଡି । ଆଜ୍ଞା ହଁ ବିଶ୍ୱାସ ନହେଲେ ବି କଥାଟି ବିଲକୁଲ ସତ ।

ସୂଚନାନୁସାରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ । ତାଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନୀଲ ଗାଁରେ ରହି ଚାଷ କାମ କରନ୍ତି । ତାଙ୍କ ସାଙ୍ଗ ସାଥି ଅନଲାଇନରେ ଗେମ୍ ଖେଳୁଥିବା ଦେଖି ଅନୀଲ ମାତ୍ର ଚାରି ଦିନ ତଳେ ୧୧ ଜଣିଆ ଟିମ୍ କରି MY 11 CIRCLE ଗେମ୍ ଆପରେ ୪୯ ଟଙ୍କା ବିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି । ମାତ୍ର ୪ ଦିନ ଗେମ୍ ଖେଳିବା ପରେ ଗତକାଲି ରାତି ଏଗାରଟା ବେଳେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା । ଯେଉଁଥିରୁ ଅନୀଲ ୩ କୋଟି ଟଙ୍କା ସହ ଏକ ଥାର୍ ଗାଡି ଜିତିଥିବା ସୂଚନା ପାଇଥିଲେ । ରାତି ଗୋଟାଏ ବେଳକୁ ତାଙ୍କ ବ୍ୟାଙ୍କ ଖାତାକୁ ୩ କୋଟି ଟଙ୍କା ଆସିଥିଲା । କିନ୍ତୁ କମ୍ପାନୀରୁ କଲ୍ ଆସିବା ପରେ ଏତେ ଟଙ୍କା ଓ ଥାର୍ ଗାଡ଼ି ଜିତିଥିବା ନେଇ ବିଶ୍ବାସ କରିଥିଲେ । ଏ ଖବର ଜାଣିବା ପରେ ଅନୀଲଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି।

Govt

Comments are closed.