ତମାଖୁ ଏବଂ ଏହାକୁ ସେବନ କରୁଥିବା ଗ୍ରାହକମାନେସର୍ବଦା ବଦନାମ, କିନ୍ତୁ ଏହାକୁ ବିକ୍ରି କରିବାର ଅନୁମତି ଦେଉଥିବା ସରକାର ଏବଂ ବିଜ୍ଞାପନ ଜରିଆରେ ବଜାର ପର୍ଯ୍ୟନ୍ତ ଆଣୁଥିବା ଲୋକ ଧନୀ, ସମ୍ମାନଜନକ ଏବଂ ଶକ୍ତିଶାଳୀ ଜୀବନଯାପନ ବଞ୍ଚୁଛନ୍ତି । କହିବାକୁ ଗଲେ ତମାଖୁକୁ ସିଗାରେଟରେ ପରିଣତ କରିବାର ଟେକ୍ନୋଲୋଜିଠାରୁ ଏପର୍ଯ୍ୟନ୍ତ ଦୁନିଆରେ କିଛି ବିପଜ୍ଜନକ ହୋଇପାରିନାହିଁ । ସିଗାରେଟ୍ ମାଧ୍ୟମରେ ତମାଖୁ ଧୂଆଁ ଗଳାରେ ପ୍ରବେଶ କରେ ନାହିଁ ବରଂ ଲୋକମାନେ ଏହାକୁ ସିଧାସଳଖ ଫୁସଫୁସକୁ ଟାଣନ୍ତି । କମ୍ପାନୀମାନଙ୍କ ମଧ୍ୟରେ ଲାଇଟ୍, ପିଲଫର୍ଡ ଏବଂ ସୁଗନ୍ଧିତ ସିଗାରେଟ୍ ତିଆରି କରିବାର ଏକ ପ୍ରତିଯୋଗିତା ଚାଲିଛି । ଅର୍ଥାତ୍ ସିଗାରେଟ୍ ଯେତେ ଅଧିକ ଲାଇଟ୍, ସେତେ ଶୀଘ୍ର ଫୁସଫୁସ୍ ନଷ୍ଟ ହେବ ।
ପ୍ରକୃତରେ ସିଗାରେଟ୍ ଦୁର୍ନୀତରେ ବୈଜ୍ଞାନିକ ଏବଂ ବିଜ୍ଞାପନ ସମାନ ଭାବରେ ଦୋଷୀ । ମେସିନ୍ ଯୁଗ ପୂର୍ବରୁ ଜଣେ ବ୍ୟକ୍ତି ଦିନକୁ ୨୦୦ ସିଗାରେଟ୍ ତିଆରି କରିପାରୁଥିଲା । ହେଲେ ଆଜିର ସମୟରେ ଗୋଟିଏ ମେସିନ ୧ ମିନିଟ୍ରେ ୨୦ ହଜାର ସିଗାରେଟ୍ ତିଆରି କରିପାରୁଛି । ଏଥିରେ ପ୍ରାୟ ୬୦୦ ପ୍ରକାରର ବିଷାକ୍ତ ପଦାର୍ଥ ଯଥା ସିଆନାଇଡ୍, ରେଡିଓଆକଫିଭ ଆଇସୋଟୋପ୍ ଏବଂ ଆମୋନିୟା ମିଶ୍ରିତ ରହିଛି । ଯେଉଁଥିପାଇଁ ପ୍ରତି ବର୍ଷ ୮୦ ଲକ୍ଷ ଲୋକ ସିଗାରେଟ୍ ପିଇ ମୃତୁ୍ୟମୁଖରେ ପଡ଼ୁଛନ୍ତି । କେବଳ ସେତିକି ନୁହେଁ ତମାଖୁ ଚାଷ କରିବାରୁ ଆରମ୍ଭ କରି ସିଗାରେଟ୍ ତିଆରି କରିବାର ପ୍ରକ୍ରିୟା ମଧ୍ୟ ଜଳବାୟୁ ପରିବର୍ତ୍ତନର ଦାୟୀ । ଏହାର ଚାଷରେ ବ୍ୟବହୃତ ପେଷ୍ଟିସାଇଡ୍ ଦ୍ୱାରା ପୃଥିବୀ ନଷ୍ଟ ହେଉଛି । ତେଣୁ ପୃଥିବୀକୁ ବଞ୍ଚାଇବା ପାଇଁ ଏହା ଉପରେ ତତତ୍କାଳ ପ୍ରତିବନ୍ଧକ ଲଗାଇବା ଉଚିତ୍ ।
ଏକ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ୬ ଲକ୍ଷ କୋଟି ସିଗାରେଟ୍ ଲୋକମାନେ ଟାଣୁଛନ୍ତି । ସେହିପରି ପ୍ରତି ସେକେଣ୍ଡରେ ୧୫କିଲୋମିଟର ଲମ୍ବା ସିଗାରେଟ୍ ଟଣାଯାଉଛି । ଆହୁରି ମଧ୍ୟ ପ୍ରତି ବର୍ଷ ସିଗାରେଟ୍ ପ୍ରସ୍ତୁତ କରିବା ପାଇଁ ୬୦ କୋଟି ଗଛ କଟାଯାଉଛି । ଭାରତରେ ୧୯୬୨-୨୦୦୨ ମଧ୍ୟରେ ତମାଖୁ ଚାଷ ୧୭ଶହ ହେକେଫର ଜଙ୍ଗଲକୁ ନଷ୍ଟ କରିଛି ।

Comments are closed.