ଟୋକିଓ ଟିକେଟ ପାଇଁ ଆଜିଠୁ ଟକ୍କର

ସମୟ ଲାଇଭ୍‍,୧/୧୧: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଠାରୁ ଦୁଇ ଦିନିଆ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଅଲିମ୍ପିକ ଟିକେଟ ଲାଗି ମୁକାବିଳା କରିବ। ସନ୍ଧ୍ୟା ୬ଟାରେ ଭାରତୀୟ ମହିଳା ଦଳ ଆମେରିକୀୟ ମହିଳା ଦଳ ସହ ମୁକାବିଲା କରିବ। ଅନ୍ୟପଟେ ରାତି ୮ଟାରେ ଭାରତୀୟ ପୁରୁଷ ଦଳ ରୁଷିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ। ବିଜୟୀ ଦଳ ଆସନ୍ତା ଅଲିମ୍ପିକ୍‍ କ୍ରୀଡ଼ାରେ ସାମିଲ ହେବାକୁ ସୁଯୋଗ ପାଇବ। ତେବେ ଭାରତୀୟ ଦଳ ବିପକ୍ଷ ଦଳକୁ ମାତ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା ଚଳାଇଥିଲା ବେଳେ ଅଲିମ୍ପିକ୍‍ ଟିକେଟ ହାସଲ ପାଇର୍ ବିପକ୍ଷ ଦଳ ମଧ୍ୟ ଆଶାୟୀ ଅଛନ୍ତି।

Launching Ceremony of “AYUSHMAN BHARAT

Comments are closed.