ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବରଦାନ ଏହି ତେଲ

0

ସମୟ ଲାଇଭ୍‍,୧/୧୧:  ଖାଦ୍ୟରେ ଆମେ ସୋରିଷ ତେଲ,ଘିଅ, ରିଫାଇନ୍‍ ତେଲ, କିମ୍ବା ଅନ୍ୟାନ୍ୟ ତେଲ ବ୍ୟବହାର କରିଥାଏ। ଏପରିକି କେତକ ସ୍ଥାନରେ ନଡିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଆପଣଙ୍କ ଶରୀର ପାଇଁ ବିଶେଷ ଉପକାରୀ। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆପଣଙ୍କ ସୌନ୍ଦର୍ୟ୍ୟ ବଢ଼ାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ।

ଓଜନ ସନ୍ତୁଳିତ ରଖିଥାଏ :
ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ସନ୍ତୁଳିତ ରହିଥାଏ। ଅତ୍ୟଧିକ ଓଜନ ହ୍ରାସ କିମ୍ବା ବୃଦ୍ଧି ଭଳି ସମସ୍ୟା ଉପରେ ସୋରିଷ ତେଲ ରୋକ୍‍ ଲଗାଇଥାଏ।

କ୍ୟାନସର ଆଶଙ୍କାରୁ ଦିଏ ମୁକ୍ତି :
ଏହି ତେଲ ଶରୀରରେ କ୍ୟାନସର୍‍ କୋଷ ବଢ଼ିବାକୁ ଦିଏ ନାହିଁ। ଏଣୁ ଖାଦ୍ୟରେ ନିୟମିତ ଭାବେ ସୋରିଷ ତେଲର ବ୍ୟବହାର କ୍ୟାନସର ପରି ମାରାତ୍ମକ ରୋଗର ଆଶଙ୍କା ଦୂର କରିଥାଏ।ହୃତପିଣ୍ଡକୁ ରଖେ ସୁସ୍ଥ:

ଆପଣଙ୍କ 

ଅନ୍ୟ ତେଲ ପରିବର୍ତ୍ତେ ସୋରିଷ ତେଲ ବ୍ୟବହାର ଫଳରେ ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ସନ୍ତୁଳିତ ରହିଥାଏ। ଏଣୁ ଏହା ହୃଦଘାତ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ଭୋକ ବଢ଼ାଇଥାଏ:

ଭୋକ ନହେଲେ ଖାଦ୍ୟ ଖାଇବା ଦ୍ୱାରା ଏହା ସହଜରେ ହଜମ ନହେବା ବାନ୍ତି ହେବା ଆଦି ସମସ୍ୟା ସୃଷ୍ଟି କରିଥାଏ।ତେବେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ହଜମ ଶକ୍ତି ବଢ଼ିଥାଏ ଏବଂ ଆପଣଙ୍କୁ ଠିକ୍‍ ସମୟରେ ଭୋକ ଲାଗିଥାଏ।

ସର୍ଦ୍ଦି କାଶର ଯନ୍ତ୍ରଣା ଦୂର କରିଥାଏ:

ସାମାନ୍ୟ କଞ୍ଚା ସୋରିଷ ତେଲ ସର୍ଦ୍ଦି-କାଶ ଆଦି ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଖାଦ୍ୟରେ ଖାଇବା ସହ ମୁହଁ ଓ ପାଦରେ ସୋରିଷ ତେଲ ମାଲିସ୍‍ କରିବା ଦ୍ୱାରା ,ହି ଉପକାର ମିଳିଥାଏ।

କେଶ ପାଇଁ ବରଦାନ:

ନିୟମିତ ଭାବେ କେଶରେ ସୋରିଷ ତେଲ ଲଗାଇବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ। ଋପି, କେଶ ଝଡ଼ିବା, ଦୋମୁହାଁ ହେବା, ରୁକ୍ଷ ହେବା ଆଦି ସମସ୍ୟା ଉଭେଇଯାଇଥାଏ।

ତ୍ୱଚାର ସୁନ୍ଦରତା ବଢ଼ାଇଥାଏ :

ଶରୀରର ଓ ମୁହଁରେ ସୋରିଷ ତେଲ ମାଲିସ୍‍ କରିବା ଦ୍ୱାରା ମୁହଁର ଶ୍ୟାମଳପଣ ଦୂର ହେବା ସହ ତ୍ୱଚାରେ ଚମକ ଆସିଥାଏ।

ଓଠ ଓ ପାଦ ଫାଟିବା ସମସ୍ୟା ଦୂର କରେ:
ଓଠ ଓ ପାଦ ଫାଟୁଥିଲେ କୌଣସି ନାମୀ କମ୍ପାନୀ ମହଙ୍ଗା ଲୋସନ ପରିବର୍ତ୍ତେ ଆପଣ ସୋରିଷ ତେଲ ବ୍ୟବହାର କରନ୍ତୁ।

Leave A Reply

Your email address will not be published.