ଭୁବନେଶ୍ୱର: ମାର୍ଚ୍ଚ ୩୧ ପୁଣି ଦେଶରେ ଅସ୍ତବ୍ୟସ୍ତ କରୁଛି ତେଲ ଦର । ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୯ ଥର ପାଇଁ ବୃଦ୍ଧି ହୋଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବଢି ୧୦୮ ଟଙ୍କା ୮୨ ପଇସାରେ ପହଞ୍ଚିଛି ଓ ଡିଜେଲ ୮୫ ପଇସା ମହଙ୍ଗା ହୋଇ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି । ୯ ଥରରେ ପେଟ୍ରୋଲ ଲିଟର ପିଛା ୭ ଟଙ୍କା ୪ ପଇସା ଓ ଡିଜେଲ ୬ ଟଙ୍କା ୯୧ ପଇସା ବଢିଛି। ବର୍ତ୍ତମାନ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୧ ପଇସାରେ ପହଞ୍ଚିଛି ଥିବାବେଳେ ଡିଜେଲ ଲିଟର ପିଛା ୯୩ ଟଙ୍କା ୦୭ ପଇସାରେ ହୋଇଛି । ମୁମ୍ବାଇରେ ପେଟ୍ରୋଲ ୧୧୬ ୭୨ ପଇସାର ଓ ଡିଜେଲ ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଥିବା ସୂଚନା ରହିଛି ।

Comments are closed.