ଆଜିକାଲି ଯୁବପିଢିଙ୍କ ମଧ୍ୟରେ କୋରିଆ ପପ୍ ସଙ୍ଗୀତକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି । ଦକ୍ଷିଣ କୋରିଆର ପପ୍ ସଙ୍ଗୀତକୁ ବିଶ୍ୱବାସୀଙ୍କ ସମେତ ଭାରତୀୟମାନେ ମଧ୍ୟ ବେଶ୍ ପସନ୍ଦ କରିଆସୁଛନ୍ତି । ତେବେ ଲୋକପ୍ରିୟ ତଥା ଚର୍ଚ୍ଚିତ କେ ପପ୍ ବ୍ୟାଣ୍ଡ୍ରେ ରାଉରକେଲାର ୧୮ ବର୍ଷୀୟା ଶ୍ରେୟା ଲେଙ୍କା ସାମିଲ ହୋଇ କେବଳ ରାଜ୍ୟ ପାଇଁ ନୁହେଁ ଦେଶ ପାଇଁ ଗୌରବ ଆଣିଛନ୍ତି । ୪ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ଦରବାରରେ ପରିଚିତ ଲାଭ କରିଛନ୍ତି ।
ଦକ୍ଷିଣ କୋରିଆର ଗର୍ଲ ଗ୍ରୁପ୍ ବ୍ଲାକସ୍ୱାନରେ ପଞ୍ଚମ ସଦସ୍ୟ ପାଇଁ କରାଯାଇଥିବା ବିଶ୍ୱସ୍ତରୀୟ ଅଡିସନରେ ବିଜେତା ଭାବରେ ଉଭା ହୋଇଛନ୍ତି । ବ୍ଲାକ୍ସ୍ୱାନରେ ନିଜ ସ୍ଥାନ ପMା କରିଥିବା ଶ୍ରେୟା ପ୍ରଥମ ଭାରତୀୟ ପାଲଟିଛନ୍ତି । ତେବେ ତାଙ୍କ ସହ ବ୍ରାଜିଲ୍ର ୧୯ବର୍ଷୀୟା ଯୁବତୀ ଗେବ୍ରିଏଲା ଡାଲ୍ସିନ ମଧ୍ୟ ଅଛନ୍ତି । ଗତ ବର୍ଷ ଡିସେମ୍ବରରେ ରାଉରକେଲାର ଶ୍ରେୟାଙ୍କୁ ବ୍ଲାକସ୍ୱାନର ସଦସ୍ୟ ପାଇଁ ସିଓଲ୍ରେ ଟ୍ରେନିଂର ଶେଷ ପର୍ଯ୍ୟାୟ ପାଇଁ ଚୟନ କରାଯାଇଥିଲା । ଏହି ଗ୍ରୁପର ସବୁଠୁ ପୁରୁଣା ସଦସ୍ୟ ହିମେ ନଭେମ୍ବର ୨୦୨୦ରେ ଗ୍ରୁପ୍ ଛାଡ଼ିଥିଲେ ।
ଏହାପରେ ତାଙ୍କ ପଦବୀ ପୂରଣ କରିବା ପାଇଁ ମେ ୨୦୨୧ରେ ଗ୍ଲୋବାଲ ଅଡିସନର ଘୋଷଣା କରିଥିଲେ । ଏହାପରେ ଶ୍ରେୟା ଏବଂ ଗେବ୍ରିଏଲା ଡାଲ୍ସିନଙ୍କୁ ମନୋନୀତ କରିଥିଲେ । ସେମାନଙ୍କୁ ୟୁଟୁ୍ୟବ ଅଡିସନ ପ୍ରୋଗାମ ଜରିଆରେ ୪ ହଜାର ପ୍ରତିଯୋଗୀ ମଧ୍ୟରୁ ବାଛିଥିଲେ । ଏହି ବ୍ୟାଣ୍ଡ୍ ପାଇଁ ଜଣେ ସଦସ୍ୟ ଆବଶ୍ୟକ ହେଉଥିବା ବେଳେ କେ-ପପ୍ ଗ୍ରୁପ୍ ପଞ୍ଚମ ଏବଂ ଷଷ୍ଟ ସଦସ୍ୟ ଭାବେ ଶ୍ରେୟା ଏବଂ ଗେବ୍ରିଏଲାଙ୍କ ନାମକୁ ଘୋଷଣା କରିଛନ୍ତି ।
ଉଭୟ ଆଗାମୀ କିଛି ମାସ ପର୍ଯ୍ୟନ୍ତ ସିଓଲ୍ରେ ରହି ନିଜସ୍ୱ ଆଲବମ୍ ତିଆରି କରିବେ । ଅବିନାଶ ଲେଙ୍କା-ପ୍ରିୟା ଲେଙ୍କାଙ୍କ ତନୟା ଶ୍ରେୟା ୨୦୦୩ରେ ଜନ୍ମ ହୋଇଛନ୍ତି । ତାଙ୍କର ଜଣେ ବଡ଼ ଭସେ ଜଣେ ତାଲିମପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ ସହ ଯୋଗ ପ୍ରଶିକ୍ଷକ । ମାତ୍ର ୧୨ ବର୍ଷ ବୟସରେ ସେ ଫ୍ରିଷ୍ଟାଇଲ୍, ହିପ୍ ହର୍ ଏବଂ କଣ୍ଟେମ୍ପୋରାରୀ ଡାନ୍ସ ଷ୍ଟାଇଲରେ ପାରଙ୍ଗମ ।

Comments are closed.