ଭୁବନେଶ୍ୱର : ବଢିଲା ଓଡ଼ିଶା ଯାତ୍ରୀ ଆପ୍ର ପରିସର । ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ଓଡ଼ିଶା ଯାତ୍ରୀ ଆପ୍ର ପରିସରକୁ ବୃଦ୍ଧି କରିଛି। ଏଣିକି ଓଡ଼ିଶା ଯାତ୍ରୀ ଆପ୍ରେ ‘ଆମ ବସ୍’ ଏବଂ ଚିଲିକାରେ ବୋଟିଂ ପାଇଁ ଟିକେଟ ବୁକିଂ କରିହେବ । ସାତପଡ଼ାରୁ ଚିଲିକା ଯିବା ପାଇଁ ହେଉଥିବା ବୋଟିଂ ଟିକେଟ ବୁକିଂ ଏହି ଆପ୍ ମାଧ୍ୟମରେ ହୋଇପାରିବ । ତେବେ ଏହି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ ବିକାଶରେ ଏକ ବଡ଼ ଭୂମିକା ନେବ ବୋଲି ଆଶା କରାଯାଉଛି ।
