ଭୁବନେଶ୍ୱର: ଗତକାଲି ସରକାରଙ୍କ ତରଫରୁ ସ୍ୱାଧୀନତା ଦିବସ ଅବସର ସକାଶେ କୋଭିଡ୍ର ନୂଆ ଗାଇଡ୍ ଲାଇନ୍ ଜାରି ହୋଇଥିଲା । ଯେଉଁଥିରେ ୫୦ ଜଣ ଅତିଥିଙ୍କ ସହିତ ସମାରୋହ ପାଳନ ଓ ରାଜ୍ୟସ୍ତରୀୟ ପରେଡ୍ରେ ଛାତ୍ରଛାତ୍ରୀଙ୍କ ଭାଗ ନନେଇପାରିବା ଆଦି ନିୟମ ରହିଥିଲା । ତେବେ ଏହି ନିୟମ ଆଜି ପରିବର୍ତ୍ତନ କରାଯାଇଛି ।
ଏବେ ସ୍ୱାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସୂଚନା ଥାଉଯେ, କୋରନାର ଚତୁର୍ଥ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉକ୍ତ ଗାଇଡ୍ ଲାଇନ୍ ଜାରି କରିଥିଲେ ।

Comments are closed.