ପିପିଲି ଚାନ୍ଦୁଆ
ପିପିଲି ଚାନ୍ଦୁଆର ଚାହିଦା ସାରା ବିଶ୍ୱରେ ରହିଛି । ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ବାହାରେ ସୃଷ୍ଟି କରିଥାଏ । ୨୦୦୮ ମସିହାରେ ଏହାକୁ ଜିଆଇ ଟ୍ୟାଗ ମିଳିଥିଲା । ପୁରୀର ପିପିଲି ଅଞ୍ଚଳରେ ଥିବା ବାସିନ୍ଦାଙ୍କୁ ଘରେଘରେ ଏହି କାମ କରୁଥିବାର ଦେଖିବାକୁ ମିଳିଥାଏ । ଚାନ୍ଦୁଆକୁ ହାତରେ କପଡା ଉପରେ ବିଭିନ୍ନ କାରୁକାର୍ଯ୍ୟକୁ ବୁଣି ପ୍ରସ୍ତୁତ କରାଯାଇଥାଏ । ଏଥିରେ ବିଭିନ୍ନ ଘରସଜ୍ଜା ସାମଗ୍ରୀ ସହିତ ଘରୋଇ ଉପଯୋଗୀ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଛୋଟଛୋଟ ଆକାରର ଚାନ୍ଦୁଆ ଠାରୁ ଖୁବ ବଡବଡ ଆକାରର ଚାନ୍ଦୁଆ ମଧ୍ୟ ମିଳିଥାଏ ।
ଖଣ୍ଡୁଆ ଶାଢି
୨୦୧୦ରେ ଓଡ଼ିଶାର ଖୁବ ପରିଚିତ ଖଣ୍ଡୁଆ ଶାଢିକୁ ଜିଆଇ ଟ୍ୟାଗ୍ ମିଳିଥିଲା । ଏହି ଶାଢିଟି କେବଳ ଓଡ଼ିଶା ନୁହେଁ ଭାରତ ସହିତ ବିଦେଶରେ ମଧ୍ୟ ପରିଚିତ । ଏହାକୁ ଖୁବ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହିଳାମାନେ ପିନ୍ଧୁଥିବାର ଦେଖିବାକୁ ମିଳିଥାଏ । ଏହାର ଡିଜାଇନ୍ ଓ ବୁଣା ଶୈଳୀ ପାଇଁ ଏହା ଖୁବ ପରିଚିତ । ଏହାର ପ୍ରଚଳନ ପୁରୀ ମନ୍ଦରରେ ମଧ୍ୟ ରହିଛି । ଏହି ପାଟ ଶାଢି ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ ।
ଗୋପାଳପୁର ଟସର ଫାବ୍ରିକ
ଗୋପାଳପୁର ଟସର ହେଉଛି ଓଡ଼ିଶାର ଏକ ଭିନ୍ନ ପରିଚୟ । ଏହି ଫାବ୍ରିକ ସାରା ଭାରତ ସହିତ ବାହାରେ ମଧ୍ୟ ଓଡ଼ିଶାର ପରିଚୟ ସୃଷ୍ଟି କରିଥାଏ । ଏହାକୁ ୨୦୧୨ରେ ଜିଆଇଟ୍ୟାଗ୍ ପ୍ରାପ୍ତ ହୋଇଥିଲା, ଯାହାପରେ ଏହାର ପାରମ୍ପରିକତା ସୁରକ୍ଷିତ ହୋଇଥିଲା । ଏହା ପାଖାପାଖି ୪୦୦ ବର୍ଷ ତଳର ଫାବ୍ରିକ ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।
ଧଳାପଥର ଶାଢି
ଖୋର୍ଦ୍ଧାର ଗାଁ ଧଳାପଥରରେ ପ୍ରସ୍ତୁତ ହୋଇଥାଏ ଏକ ହାତବୁଣା ଶାଢି ଯାହା ଓଡ଼ିଶା ସହିତ ବିଦେଶରେ ମଧ୍ୟ ପରିଚିତ । ଏହା ବୁଣାକାରଙ୍କର ଏକ ନୂତନ ପରିଚୟ ସୃଷ୍ଟି କରିଥାଏ । ଏହି ଶାଢିକୁ ୨୦୧୨ ମସିହାରେ ଜିଆ ଟ୍ୟାଗ୍ ପ୍ରାପ୍ତ ହୋଇଥିଲା । ଏହି ଶାଢିକୁ ସମସ୍ତେ ଖୁବ ପରିଶ୍ରମ କରି ପ୍ରସ୍ତୁତ କରିଥାଆନ୍ତି, ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ । ଏହାର ଡିଜାଇନ୍ ଫାବ୍ରିକ ଖୁବ ଭଲ ହୋଇଥାଏ, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ ।
ସମ୍ବଲପୁର ବାନ୍ଧେଣୀ
ସମ୍ବଲପୁରୀ ଶାଢିର ଆଦର ସବୁସ୍ଥାନରେ ଦେଖିବାକୁ ମିଳିଥାଏ । ସମ୍ବଲପୁରୀର ବାନ୍ଧେଣୀ ଶାଢିକୁ ୨୦୧୨ ମସିହାରେ ଜିଆଇ ଟ୍ୟାଗ ମିଳିଥିଲା ଯାହାପରେ ଏହାର ଚାହିଦା ବଢିବାରେ ଲାଗିଥିଲା । ଏହି ଶାଢିକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ହାତରେ ବୁଣିଥାଆନ୍ତି । ଏହି ଶାଢିଗୁଡିକର ଡିଜାଇନ୍ ପାର୍ଟନ ଖୁବୟୁନିକ ହୋଇଥାଏ । ବିଶେଷ ଭାବେ ଏକ ଚେକ୍ ଡିଜାଇନ୍ ମିଳିଥାଏ ଯାହାକୁ ଅନେକ ଶାଢିରେ ଦେଖିବାକୁ ମିଳିଥାଏ । ଏହି ଶାଢିର ଆଉ ଏକ ଆକର୍ଷଣ ହୋଇଥାଏ ଏଗୁଡିକର ରଙ୍ଗ ।
ବମକେଇ ଶାଢି
ଜିଆଇ ଟ୍ୟାଗ୍ ତାଲିକାରେ ସାମିଲ ଅଛି ବମକେଇ ଶାଢି, ଯାହା ୨୦୧୨ରେ ଏହି ତାଲିକାରେ ସାମିଲ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଏକ ଗ୍ରାମର ନାଁ ଅନୁସାରେ ଏହାର ନାମ ରଖାଯାଇଛି । ଏହାକୁ ମଧ୍ୟ ବୁଣାକାରମାନେ ହାତରେ ବୁଣି ପ୍ରସ୍ତୁତ କରିଥାଆନ୍ତି । ଏଗୁଡିକର ପାର୍ଟନ ସହିତ ଡିଜାଇନ ଖୁବ ସ୍ୱତନ୍ତ୍ର ଓ ସୁନ୍ଦର ହୋଇଥାଏ । ଏହି ଶାଢି କଲେକସନ୍ରେ କିଛିୟୁନିକ ରଙ୍ଗ ରହିଥାଏ, ଯାହା ଅନେକ ଦର୍ଶକଙ୍କୁ ପସନ୍ଦ ଆସିଥାଏ ।
ହବସପୁରୀ ଶାଢି
ଅନ୍ୟଶାଢି ଭଳି ଏହି ଶାଢି ମଧ୍ୟ ୨୦୧୨ରେ ଜିଆଇ ଟ୍ୟାଗ୍ ତାଲିକାରେ ସାମିଲ ହୋଇଥିଲା । ଏହାର ନାଁ ମଧ୍ୟ କଳାହାଣ୍ଡିର ଏକ ଗ୍ରାମ ହବସପୁରୀ ଅନୁସାରେ ରଖାଯାଇଛି । ଏହାର ଫାବ୍ରିକ କଟନ୍ ହୋଇଥିବାବେଳେ ଡିଜାଇନ୍ ଖୁବ ସ୍ୱତନ୍ତ୍ର ହୋଇଥାଏ । ଏଠାରେ ଥିବା ଖୁବ ପରିଶ୍ରମୀ ବୁଣାକାରମାନେ ଏହି ଶାଢି ବୁଣିଥାଆନ୍ତି, ଯାହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିଥାଏ ।
ବ୍ରହ୍ମପୁର ପାଟ
ବ୍ରହ୍ମପୁର ପାଟର ଡିଜାଇନ୍ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ । ଏହାର ପାର୍ଟନ ଓ ଡିଜାଇନ୍ ଖୁବ ସ୍ୱତନ୍ତ୍ର ହୋଇଥାଏ । ଏହି ଶାଢିକୁ ମଧ୍ୟ ଅନ୍ୟଭଳି ହାତରେ ବୁଣା ଯାଇଥାଏ, ଯାହା ଏହାର ଚାହିଦାକୁ ବଢାଇଥାଏ । ପାଟ ସହିତ ଜୋଡର ବ୍ୟବହାର ଖୁବ ହୋଇଥାଏ । ଏହାକୁ ସାଧାରଣରେ ବ୍ରହ୍ନପୁରୀ ସିá ନାମରେ ମଧ୍ୟ କହିଥାଆନ୍ତି । ଏହାକୁ ୨୦୧୨ରେ ଜିଆଇ ଟ୍ୟାଗ୍ ପ୍ରାପ୍ତ ହୋଇଥିଲା । ଏହାର ପାରମ୍ପରିକ ପାର୍ଟନ ଲୋକଙ୍କର ଖୁବ ପସନ୍ଦ ହୋଇଥାଏ । ଏହି ଶାଢିରେ ଏକ ସ୍ୱତନ୍ତ୍ର ଧରଣର କୁମ୍ଭ ଦେଖିବାକୁ ମିଳିଥାଏ ଯାହାକୁ ଫୋଡ କୁମ୍ଭ କହିଥାଆନ୍ତି ।
ଗଞ୍ଜାମ କିଆ ରସ
ଗଞ୍ଜାମର ଶାଢି ସହିତ ଏହାର ଅନ୍ୟ ଏକ ସାମଗ୍ରୀକୁ ମଧ୍ୟ ଜିଆଇ ଟ୍ୟାଗ୍ ପ୍ରାପ୍ତ ହୋଇଛି । ୨୦୧୨ରେ ଗଞ୍ଜାମର କିଆ ଜଳକୁ ଜିଆଇ ଟ୍ୟାଗ ମିଳିଥିଲା । ଏହାକୁ ସ୍ୱତନ୍ତ୍ରଭାବେ କିଆ ଫୁଲରୁ ପ୍ରସ୍ତୁତ କରାଯାଇଥାଏ ।
ଗଞ୍ଜାମ କିଆ ଫୁଲ
ରସ ଭଳି କିଆ ଫୁଲକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଛି । ୨୦୧୨ରେ ଏହା ମିଳିଥିଲା । ଭାରତରେ ମିଳୁଥିବା କିଆ ଫୁଲ ଭିତରୁ ପାଖାପାଖି ୯୦ ପ୍ରତିଶତ ଗଞ୍ଜାମରେ ଚାଷ ହୋଇଥାଏ ।
ଆର୍କୁ ଭ୍ୟାଲି ଆରବିକା କଫି
ଆନ୍ଧପ୍ରଦେଶର ଆର୍କୁ ଭ୍ୟାଲିରେ ଚାଷ କରାଯାଉଥିବା ଏକ ସ୍ୱତନ୍ତ୍ର କଫି ଯାହାକୁ ଜିଆ ଟ୍ୟାଗ୍ ମିଳିଛି । ତେବେ ଯେତେବେଳେ ଏହି ସାମଗ୍ରୀର ଜିଆଇ ଆବେଦନ କରାଯାଇଥିଲା ଏଥିରେ କୋରାପୁଟ, କେଉଁଝର, କନ୍ଧମାଳ ଭଳି ସ୍ଥାନର ନାଁ ମଧ୍ୟ ସାମିଲ ରହିଥିଲା । ଏହି ଜିଆଟ୍ୟାଗ ୨୦୧୯ ମସିହାରେ ପ୍ରାପ୍ତ ହୋଇଥିଲା ।
କନ୍ଧମାଳ ହଳଦୀ
ଏହା କିଣିବାକୁ ବିଦେଶୀମାନେ ମଧ୍ୟ ଆଗ୍ରହ ଦେଖାଇଥାଆନ୍ତି । କେଉଁଠି ମେଳା ପଡିଲେ କନ୍ଧମାଳ ହଳଦୀର ଖୋଜା ପଡିଥାଏ । ଏହା ସେଠିକାର ସ୍ଥାନୀୟ ବାସିନ୍ଦାଙ୍କ ହାତରେ ପ୍ରସ୍ତୁତ ଜୈବିକ ହଳଦୀ ଗୁଣ୍ଡ । ଏହାକୁ ୨୦୧୯ରେ ଜିଆଇଟ୍ୟାଗ୍ ପ୍ରାପ୍ତ ହୋଇଥିଲା । ଏହାର ଚାହିଦା ଖୁବ ଅଧିକ ରହିଥାଏ
।
ରସଗୋଲା
ରସଗୋଲାକୁ ଜିଆଟ୍ୟାଗ ମିଳିବା ଆଗରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଥିଲା । କୋଲକାତା ଏହାକୁ ନେବାକୁ ଚେଷ୍ଟା କରିଥିଲା । ହେଲେ ଅନେକ କିମ୍ବଦନ୍ତୀର ପ୍ରମାଣ ଦେବା ପରେ ସର୍ବପ୍ରଥମେ ରସଗୋଲା ଓଡ଼ିଶାରେ ମିଳିଥିବା ପ୍ରମାଣିତ ହୋଇଥିଲା ଏବଂ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଥିଲା । ୨୦୧୯ ମସିହାରେ ଏହି ଜିଆଇ ଟ୍ୟାଗ୍ ମିଳିଥିଲା । ଜଗନ୍ନାଥଙ୍କ ପାଖରେ ମଧ୍ୟ ରସଗୋଲା ଭୋଗର ପରମ୍ପରା ରହିଛି । ସେ ମହାଲକ୍ଷ୍ମୀଙ୍କୁ ମନେଇବା ପାଇଁ ତାଙ୍କୁ ରସଗୋଲା ଖୁଆଇଥିବାର ପରମ୍ପରା ରହିଛି ।

Comments are closed.