ଚାକିରୀ ନିୟମିତ ନକଲେ, ସେପ୍‌ଟେମ୍ବର ୩୦ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ

ନୂଆପଡା, ସେପ୍‌ଟେମ୍ବର ୨୯ : ମଙ୍ଗଳବାର ଓଡିଶା ଆୟୁଷ ସଂଘ ନୂଆପଡା ଶାଖା ପକ୍ଷରୁ ଚାକିରୀ ନିୟମିତ ନକଲେ ଆସନ୍ତା ତାରିଖ ୩୦ ସେପେଫମ୍ବର ୨୦୨୧ରୁ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ କେଉଁ କାର୍ଯ୍ୟ କରିବେ ଏବଂ କେଉଁ କାର୍ଯ୍ୟ କରିବେ ନାହିଁ ତାର ଉଲ୍ଲେଖ ରହିଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଏକ ଅନୁରୂପ ଦାବିପତ୍ର ପ୍ରଦାନ କରିଛନ୍ତି । ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଆୟୁଷ ଡାକ୍ତରଙ୍କ କରିବାକୁ ଥିବା କାର୍ଯ୍ୟ ସମ୍ବନ୍ଧେ ଉଲ୍ଲେଖ କରିଛନ୍ତି । ଆୟୁଷ ଓପିଡ଼ି ରେ କାର୍ଯ୍ୟ କରିବେ ବୋଲି ନିଷ୍ପତି ନେଇଛନ୍ତି । ୪ଦଫା ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଛ । ୨୦୦୭ ରୁ ଆୟୁଷ ଡାକ୍ତର ମାନେ କାର୍ଯ୍ୟ କରି ଦୀର୍ଘ ୧୪ ବର୍ଷ ରୋଗୀ ସେବା କରି ମଧ୍ୟ ନିୟମିତ ହୋଇ ନାହାନ୍ତିଛଏକ ଉଦାହରଣ ଦେଇ କହିଛନ୍ତି ଯେ, ଅପର ପକ୍ଷେ ଫର୍ମାସିଷ୍ଟ ମାନେ ୨୦୧୯ ରୁ କାର୍ଯ୍ୟ କରି ନିୟମିତ ମାନ୍ୟତା ପାଇଛନ୍ତି । କି;ୁ ଆୟୁଷ ଡାକ୍ତର ମାନେ ୧୪ ବର୍ଷ ସେବା କରି ଜୀନର ଅଧାରୁ ଅଧିକ ସମୟ ଅତିବାହିତ କଲେଣି,ହେଲେ ସ୍ଥାୟୀ ହେଉ ନାହାନ୍ତି । ୨୦୦୭ ମସିହାରୁ ପ୍ରାରମ୍ଭରେ ମାତ୍ର ଆଠ ହଜାର ଟଙ୍କା ଏବଂ ବର୍ତ୍ତମାନ ୨୦୨୧ ଠାରୁ ୨୧ ହଜାର ଟଙ୍କାରେ ଚାକିରୀ କାଳ ସରିବାକୁ ବସିଲାଣି । ଏଣୁ ନିୟମିତ ଘୋଷଣା କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ସୂଚନା ଥାଉ କି ଜିଲ୍ଲାରେ ପ୍ରଥମ କୋଭିଡ଼୍‌-୧୯ ଲହରରେ ଜଣେ ଯୁବ ଆୟୁଷ ଡାକ୍ତର ଦାୟୀତ୍ୱରେ ମୃତ୍ୟୁ ବରଣ କରିଥିଲେ ।

Govt

Comments are closed.