ଲୋକପ୍ରିୟ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଆ ଟେଲି ଜଗତର ଲୋକପ୍ରିୟ କଳାକାର ତଥା ଆଙ୍କର୍‌ ବା ସଂଳାପ ରାଜେଶ୍ୱରୀ ରାୟ ମହାପାତ୍ରଙ୍କର ଦେହାନ୍ତ ହୋଇଛି । ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ଥିଲେ । ପ୍ରଥମେ ଆଙ୍କରିଂ ଜରିଆରେ ସେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ଧାରାବାହିକ ‘ତୋ ପାଇଁ ମୁଁ’ ଏବଂ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ଲୋକଙ୍କୁ ବେଶ୍‌ ଆକର୍ଷିିତ କରିଥିଲା । ଅଭିନୟ ସାଙ୍ଗକୁ ସେ ବହୁ କାର୍ଯ୍ୟକ୍ରମରେ ଆଙ୍କର୍‌ ବା ସଂଳାପ କାର୍ଯ୍ୟ କରିଥିଲେ ।

ଲୋକପ୍ରିୟ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ

କକର୍ଟ ରୋଗରେ ପୀଡ଼ିତ ହେବା ପରେ ରାଜେଶ୍ୱରୀ ତାଙ୍କ ଫେସବୁକରେ ଦୁଇଟି ଫଟୋ ସେୟାର କରି ଲେଖିଥିଲେ, ମୁଁ କର୍କଟ ସହ ଲଢ଼େଇ କରୁଛି । ଭଗବାନ ମୋ ସହ ଅଛନ୍ତି । ମୁଁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି । ମୁଁ ମୋ ନୂଆ ଲୁକରେ ଫେରିବି । ଭଗବାନ ମୋ ସହ ଅଛନ୍ତି । ଦୟାକରି ମୋତେ ଆଶୀର୍ବାଦ କର;ୁ ।
ତାଙ୍କ ଅଭିନୀତ ଧାରାବାହିକଗୁଡ଼ିକ ‘ବସୁନ୍ଧରା’ , ‘ସଂସ୍କାର’ , ‘ସ୍ୱାଭିମାନ’ , ‘ଦେବୀ’ , ‘କୁମକୁମ୍‌’ ଆଦି ଓଡ଼ିଆ ଲୋକ ଲୋକଙ୍କ ଘରେ ଘରେ ପରିଚିତ । ଏହାଛଡ଼ା ସେ କେକେତ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ହେଉଛି ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ସତ୍ୟମେବ ଜୟତେ’ ଫିଲ୍ମ । ଏହାପରେ ସେ ‘ଆରେ ସାଥୀ ଆ’ଏବଂ ‘ବ୍ଲାକ୍‌ମେଲ’ ଫିଲ୍ମରେ ନଜର ଆସିଥିଲେ ।

Govt

Comments are closed.