ଯେସାକୁ ତେସା

0


ଆଇମା କାହାଣୀ ପେଡିରୁ ଏଭଳି ଅନେକ କାହାଣୀ ରହିଥାଏ ଯାହା ଆମକୁ ମଜାରେ ମଜାରେ ଜୀବନର ନୀତିଶିକ୍ଷା ଦେଇଥାଏ । ଏହି କାହାଣୀରେ ବିଭିନ୍ନ ଶିକ୍ଷାକୁ ବେଶ୍ ସରଳ ଭାବେ ବୁଝା ଯଆଇଥାଏ , ଯାହା କୁନିକୁନି ପିଲାଙ୍କୁ ବୁଝିବାରେ ଅସୁବିଧା ହୋଇନଥାଏ । ସେମାନେ ଏହି ଗପ ମାଧ୍ୟମରେ ଖୁବ ସହଜରେ ଜୀବନର ଶିକ୍ଷା ପାଇପାରନ୍ତି ।

ଏଭଳି ଅନେକ ଗପ ଭିତରୁ ଯେସାକୁ ତେସା ଗୋଟିଏ । ଯେଉଁଥିରେ ଖୁବ ସରଳଭାବେ ଖୁବ ଜଟିଳ କଥାକୁ ବୁଝାଯାଇଛି । ଆସନ୍ତୁ ଜାଣିବା କାହାଣୀର ମୂଳ ବିଷୟବସ୍ତୁ । ଏକଦା ଗୋଟିଏ ଜଙ୍ଗଲରେ ସମସ୍ତ ପଶୁ ପକ୍ଷୀ ମିଳିମିଶି ରହୁଥିଲେ । ସମସ୍ତେ ସମସ୍ତଙ୍କର ସାଙ୍ଗସାଥୀହୋଇ ଚଳନ୍ତି । ସେହିଭଳି ବିଲୁଆ ଓ ବଗ ମଧ୍ୟ ସାଙ୍ଗସାଥୀ ହୋଇ ଚଳନ୍ତି । ହେଲେ ଉଭୟଙ୍କ ଭିତରେ ବ୍ୟବହାରରେ ଭିନ୍ନତା ଦେଖିବାକୁ ମିଳିଥାଏ । ବଗ ବେଶ୍ ସାଧାସିଧା ଥିବାବେଳେ ବିଲୁଆ ଚତୁର । ସବୁବେଳେ ବିଲୁଆଟି ଅନ୍ୟମାନଙ୍କୁ ନିଚ୍ଚା ଦେଖାଇବାକୁ ପ୍ରୟାସ କରିଥାଏ । ସମସ୍ତଙ୍କୁ ଅପମାନ ଦିଏ ଏବଂ ପରେ ପୁଣି ସେମାନଙ୍କ ସହିତ ସାଙ୍ଗ ହୋଇଯାଏ । ଦିନେ ବିଲୁଆ ଭାବିଲା ବଗକୁ ଅନ୍ୟମାନଙ୍କ ଭଳି ଅପମାନ ଦେବ । ତେଣୁ ତାକୁ ନିଜ ଘରକୁ ଖାଇବାକୁ ଡାକିଲା । ବଗ ବିଲୁଆର ଚତୁରତା ଜାଣି ନପାରି ହଁ ଭରିଲା । ସେଦିନ ସନ୍ଧ୍ୟାରେ ବଗ ଯାଇ ପହଞ୍ଚିଲା ବିଲୁଆ ଘରେ । ସେଠାରେ ଖୁବ ସୁନ୍ଦର ଖିରିର ବାସ୍ନା ଆସୁଥାଏ, ବଗ ବେଶ୍ ଖୁସି ମନରେ ଖାଇବାକୁ ବସିଲା । ଏହାପରେ ବିଲୁଆ ଦୁଇଟି ଚଟକା ଥାଳିରେ ଖିରି ବାଢି ଆଣି ଥୋଇଲା । ବଗ ଏହା ଦେଖି ଭାବିଲା କିପରି ଖାଇବ, କାରଣ ତାର ଥଣ୍ଟ ଲମ୍ବା ଥିଲା । ତେବେ ବିଲୁଆ ଏଥିପ୍ରତି ଧ୍ୟାନ ନଦେଇ ନିଜେ ଖିରି ଖାଇବା ଆରମ୍ଭ କଲା । ନିଜର ଖିରି ଖିଆ ସରିବା ପରେ ବଗ ଖାଇ ନପାରିଥିବାରୁ ତାର ମଜା ଉଡାଇଲା । ତେବେ ବଗ ବିଲୁଆର ଚାଲାକି ବୁଝିଲା ହେଲେ କିଛି ନକହି ଚୁପଚାପ ଘରକୁ ଆସିଲା । କିଛି ଦିନ ପରେ ବଗ ବିଲୁଆକୁ ଘରକୁ ମାଂସ ଝୋଳ ଖାଇବାକୁ ନିମନ୍ତ୍ରଣ ଦେଲା । ବିଲୁଆ ମାଂସ ତରକାରୀ ନାଁ ଶୁଣି ଖୁସିଲେ ବଗ ଘରକୁ ଗଲା । ବଗ ଦୁଇଟି ଲମ୍ବା ବେକ ଥିବା ସୁରେଇରେ ମାଂସ ତରକାରୀ ପୂରାଇ ଆଣି ବିଲୁଆ ଆଗରେ ଥୋଇଲା । ଏହା ଦେଖି ବିଲୁଆ ଦ୍ବନ୍ଦରେ ପଡିଲା । ହେଲେ ବଗ ତାର ଥଣ୍ଟ ସାହାଯ୍ୟରେ ଆରାମରେ ମାଂସ ଝୋଳର ମଜା ନେଲା । ତେବେ ବିଲୁଆ ବର୍ତ୍ତମାନ ବୁଝି ପାରିଲା ବଗ ଖୁବ ଚାଲାକି କରି ତା ଠାରୁ ପ୍ରତିଶୋଧ ନେଇଛି । ସେ ଅପମାନରେ ଓ ଲଜ୍ଜ୍ୟାରେ ଘରକୁ ଚାଲି ଆସିଲା । ସେହି ଦିନ ଠାରୁ ବଗ ମଧ୍ୟ ଆଉ ବିଲୁଆର ସାଙ୍ଗ ହେଲା ନାହିଁ । ତେଣୁ ଜୀବନରେ ବେଳେବେଳେ ଯେସାକୁ ତେସା ନୀତି ଆପଣାଇବାର ଆବଶ୍ୟକତା ରହିଛି ବୋଲି ଏହି ଗଳ୍ପ ଶିକ୍ଷା ଦେଇଥାଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.