ଛତିଶଗଡ: ମଇ ୧୩: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ହେଲିକପଫର ଦୁର୍ଘଟଣା ।ଏକ ଟ୍ରେନିଂ ହେଲିକପଫର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍ ଦୁଇ ଜଣ ହେଲେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଏବଂ ଏ.ପି.ଶ୍ରୀବାସ୍ତବ । ରାୟପୁର ହେଲିକପcଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ଗୋପାଳକୃଷ୍ଣଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍ ଜଣକ ସମ୍ବଲପୁର ବାହାମ ଗାଁର ବୋଲି ଜଣାପଡ଼ିଛି । କାଲି ହେଲିକପଫର ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଟ୍ରେନିଂ ବେଳେ ହେଲିକପଫର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ହେଲିକପଫରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛ । କ୍ରାସ ବେଳେ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ବିରାଟ ବିସ୍ପୋରଣ ଶବ୍ଦ ହୋଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.