ହରମନପ୍ରୀତଙ୍କ ବିସ୍ପୋରକ ଶତକ, ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଜିତିଲା ଭାରତ

କ୍ୟାଣ୍ଟରବରୀ : ଅଧିନାୟିକା ହରମନପ୍ରୀତଙ୍କ ବିସ୍ପୋରକ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୫ ୱିକେଟ୍‌ ବିନିମୟରେ ୩୩୩ ରନର ବିଶାଳ ସ୍କୋର କରିଥିଲା । ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତର ଏହା ଦିନିକିଆରେ ସର୍ବୋଚ୍ଚ ଦଳଗତ ସ୍କୋର । ବୁଧବାର ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଶେଫାଳି ବର୍ମା (୮) ପୁଣି ଥରେ ବିଫଳ ହୋଇଥିଲେ । ଫଳରେ ଭାରତ ୧୨ ରନର ପ୍ରଥମ ୱିକେଟ୍‌ ହରାଇଥିଲା । ସ୍ମୃତି ମନ୍ଧାନା (୪୦) ଓ ୟାସ୍ତିକା ଭାଟିଆ (୨୬) ବଡ଼ ନହେଲେ ମଧ୍ୟ ଉପଯୋଗୀ ପାଳି ଖେଳିବା ପରେ ଭାରତ ୩ ୱିକେଟ୍‌ ହରାଇ ୯୯ ରନ୍‌ କରିନେଇଥିଲା ।

 ହରମନପ୍ରୀତଙ୍କ ବିସ୍ପୋରକ ଶତକ, ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଜିତିଲା ଭାରତ

ଏହାପରେ କି;ୁ ହରମନପ୍ରୀତ ଓ ହର୍ଲିନ ଦିଓଲ (୫୮)ଙ୍କ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ । ଉଭୟ ଦ୍ରୁତ ଏବଂ ଦାୟିତ୍ୱବାନ ବ୍ୟାଟିଂ କରି ଚତୁର୍ଥ ୱିକେଟରେ ବହୁମୂଲ୍ୟ ୧୧୪ ରନ୍‌ ଯୋଡ଼ିଥିଲେ । ଏହା ମଧ୍ୟ ଭାରତୀୟ ପାଳିର ସର୍ବବୃହତ ଭାଗୀଦାରି ଥିଲା । ହରମନପ୍ରୀତ ଠିକ୍‌ ୧୦୦ ବଲରୁ ନିଜର ପଞ୍ଚମ ଶତକ ପୂରଣ କରିଥିଲେ । ତେବେ ଏହା ପରେ ହଠାତ୍‌ ଗିୟର ବଦଳାଇ ପରବର୍ତ୍ତୀ ୪୩ ରନ୍‌ ମାତ୍ର ୧୧ ବଲରୁ ଅମଳ କରିଥିଲେ । ଶେଷ ଓଭରରୁ ୩ ଚୌକା ଏବଂ ୧ ଛକା ସହ ମୋଟ ୧୯ ରନ୍‌ ଆଦାୟ କରିଥିଲେ ସେ । ପୂଜା ଭଷ୍ଟକାର (୧୮) ଓ ଦୀପ୍ତି ଶର୍ମା (୧୫*) ମଧ୍ୟ ଇଂଲଣ୍ଡ ବୋଲରଙ୍କୁ ବଡ଼ ସଟ୍‌ ଖେଳି ଘାଇଲା କରିଥିଲେ ।

 ହରମନପ୍ରୀତଙ୍କ ବିସ୍ପୋରକ ଶତକ, ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଜିତିଲା ଭାରତ

ସେଥିପାଇଁ ଫ୍ରେୟା କେମ୍ପ ୧୦ ଓଭରରେ ୮୨ ରନ୍‌ ବ୍ୟୟ କରି ପଦାର୍ପଣରେ ଦ୍ୱିତୀୟ ସର୍ବାଧିକ ମହଙ୍ଗା ମହିଳା ବୋଲର ହୋଇଥିଲେ । ହରମନପ୍ରୀତ ଓ ଦୀପ୍ତି ବ୍ୟାଟିଂ କରୁଥିଲା ବେଳେ ୧୭.୭୫ ହାରରେ ରନ୍‌ କରିଥିଲେ । ଯେ କୌଣସି ୱିକେଟରେ ହୋଇଥିବା ୫୦ରୁ ଅଧିକ ରନର ଭାଗୀଦାରୀରେ ଭାରତର ଏହା ସର୍ବୋଚ୍ଚ ରନ୍‌ ସଂଗ୍ରହ ହାର । ଭାରତର ତାରକା ବ୍ୟାଟର୍‌ ସ୍ମୃତି ମନ୍ଧାନା ବୁଧବାର ୩୦୦୦ ଅନ୍ତର୍ଜାତୀୟ ଦିନିକିଆ ରନ୍‌ ଛୁଇଁଛନ୍ତି । ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ମିତାଲି ରାଜ ଓ ହରମନପ୍ରୀତ କୌରଙ୍କ ପରେ ତୃତୀୟ ଭାରତୀୟ ମହିଳା ବ୍ୟାଟର୍‌ ହୋଇଛନ୍ତି । ମନ୍ଧାନା ୭୬ ଦିନିକିଆ ପାଳିରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ।

 ହରମନପ୍ରୀତଙ୍କ ବିସ୍ପୋରକ ଶତକ, ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଜିତିଲା ଭାରତ

ଦ୍ରୁତତମ ଭାରତୀୟ ମହିଳା ଭାବେ ସେ କିମ୍ବଦନ୍ତୀ ମିତାଲି ରାଜ୍‌ (୮୮ ପାଳି)ଙ୍କୁ ଟପିଥିଲେ । ସେ ମଧ୍ୟ ଶିଖର ଧାୱନ (୭୨ ପାଳି) ଏବଂ ବିରାଟ କୋହଲି (୭୫ ପାଳି)ଙ୍କ ପରେ ତୃତୀୟ ଦ୍ରୁତତମ ଭାରତୀୟ ହୋଇଛନ୍ତି । ମୋଟ ୨୨ ମହିଳା ଖେଳାଳି ୩୦୦୦ ରନରୁ ଅଧିକ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ବେଲିଣ୍ଡା କ୍ଲାର୍କ (୬୨ ପାଳି) ଓ ମେଗ୍‌ ଲାନିଂ (୬୪ ପାଳି) ମନ୍ଧାନାଙ୍କଠାରୁ ଆଗରେ ରହିଛନ୍ତି । ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦିନିକିଆରେ ମନ୍ଧାନା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ୨୦୧୩ରେ ଦିନିକିଆ ପଦାର୍ପଣ କରିଥିବା ଏହି ବାମହାତୀ ଓପନର୍‌ ୪୩ରୁ ଅଧିକ ହାର, ୮୫ ଷ୍ଟ୍ରାଇକ୍ରେଟ୍‌ ଏବଂ ୫ ଶତକ ଓ ୨୪ ଅର୍ଦ୍ଧଶତକ ସହାୟତାରେ ଦିନିକିଆ ଫର୍ମାଟ୍‌ରେ ୩୦୦୦ ରନ୍‌ ପୂରଣ କରିଛନ୍ତି ।

Govt

Comments are closed.